ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାନ ଭାଇ ହସପିଟାଲରେ ଭର୍ତ୍ତି, କିଡନୀ ଜନିତ ସମସ୍ୟା ଯୋଗୁଁ କରାଯାଇଛି ଆଡମିଟ୍‌

ଚେନ୍ନାଇ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାନ ଭାଇ ପ୍ରହ୍ଲାଦ ମୋଦି ଅସୁସ୍ଥତା ଯୋଗୁଁ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । କିଡନୀ ଜନିତ ସମସ୍ୟା ଯୋଗୁଁ ପ୍ରହ୍ଲାଦ ଚେନ୍ନାଇର ଏକ ହସପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । ତେବେ ଭାଇଙ୍କ ଅସୁସ୍ଥତା ଖବର ଶୁଣି ମୋଦି ହସପିଟାଲ ଯାଇଛନ୍ତି । ପ୍ରହ୍ଲାଦ ମୋଦିଙ୍କ ୪ ନଂ ସାନ ଭାଇ । ପ୍ରହ୍ଲାଦଙ୍କର ଅହମଦାବାଦରେ ଏକ ଦୋକାନ ଥିବା ବେଳେ ଆଉ ଏକ ଟାୟାର ଶୋ ରୁମ୍‌ ମଧ୍ୟ ରହିଛି । ମୋଦିଙ୍କର ଜଣେ ଭଉଣୀ ଏବଂ ୩ ଜଣ ଭାଇ ରହିଛନ୍ତି । ସୋମା ମୋଦି, ଅମୃତ ମୋଦି, ପଙ୍କଜ ମୋଦି, ପ୍ରହ୍ଲାଦ ମୋଦି ଏବଂ ଭଉଣୀ ବାସନ୍ତୀ ମୋଦି । ସୋମା ମୋଦି ନରେନ୍ଦ୍ର ମୋଦିଙ୍କ ବଡ ଭାଇ। ସେ ସ୍ୱାସ୍ଥ୍ୟ ବିଭାଗରେ ଚାକିରି କରୁଥିଲେ । ଏବେ ସେ ଅହମଦାବାଦରେ ଏକ ଜରାଶ୍ରମ ଚଲାଉଛନ୍ତି । ମୋଦିଙ୍କ ଦ୍ୱିତୀୟ ବଡ ଭାଇଙ୍କ ନାମ ଅମୃତ ମୋଦି । ସେ ଏକ ପ୍ରାଇଭେଟ କମ୍ପାନୀରେ ମେସିନ ଅପରେଟର ଭାବେ କାମ କରୁଥିଲେ ।

Leave A Reply

Your email address will not be published.