ତୃଣମୂଳ କଂଗ୍ରେସର ଟ୍ଵିଟର ଆକାଉଣ୍ଟ ହ୍ୟାକ୍‌

ଉତ୍ତରପ୍ରଦେଶ: ଅଖିଳ ଭାରତୀୟ ତୃଣମୂଳ କଂଗ୍ରେସର ଅଫିସିଆଲ୍ ଟ୍ଵିଟର ଆକାଉଣ୍ଟ୍ ହ୍ୟାକ୍‌ ହୋଇଛି । ଆକାଉଣ୍ଟରେ ଡିସ୍‌ପ୍ଲେ ପିକ୍ଚର ପରିବର୍ତ୍ତନ ହୋଇଥିବା ବେଳେ ଡିସ୍‌ପ୍ଲେ ହ୍ୟାଣ୍ଡେଲ୍ ବି ପରିବର୍ତ୍ତିତ ହୋଇ ‘ୟୁଗୋ ଲ୍ୟାବ୍ସ’ ହୋଇଯାଇଛି। ଟିଏମ୍‌ସି ପକ୍ଷରୁ କୁହାଯାଇଛି ଯେ, ଏହି ଅସୁବିଧାକୁ ଖୁବ୍ ଶୀଘ୍ର ସମାଧାନ କରାଯିବ । ଆଶ୍ଚର୍ଯ୍ୟର କଥା ଆକାଉଣ୍ଟ ହ୍ୟାକ୍‌ ହେବା ପରେ କୌଣସି ଆପତ୍ତିଜନକ, ଅପମାନଜନକ କିମ୍ବା ଟିଏମସି ବିରୋଧୀ ଟିପ୍ପଣୀ ପୋଷ୍ଟ କରାଯାଇନାହିଁ । ତେବେ ଏବେ ପର୍ଯ୍ୟନ୍ତ ହ୍ୟାକର୍ସ ଟ୍ଵିଟରରେ କୌଣସି ପୋଷ୍ଟ କରିନାହିଁ। ‘ୟୁଗୋ ଲ୍ୟାବ୍ସ’ ହେଉଛି ଆମେରିକାରେ ଥିବା ବ୍ଲକ‌ଚେନ୍ ଟେକ୍‌ନୋଲୋଜି କମ୍ପାନୀ। ଯାହାକି ଏନ୍‌ଏଫ୍‌ଟି ଏବଂ ଡିଜିଟାଲ୍ କଲେକ୍ଟିବିଲର ବିକାଶ କରେ। କ୍ରିପ୍ଟୋକରେନ୍ସି ଏବଂ ଡିଜିଟାଲ୍ ମିଡିଆ ଏହାର ଉଦାହରଣ। ଟିଏମସିର ଟ୍ଵିଟର ଲୋଗୋରେ କଳା ରଙ୍ଗର ଫଣ୍ଟରେ Y ସେପ ଦେଖିବାକୁ ମିଳିଛି। ଏହା ପରେ ଟ୍ଵିଟ୍‌ କରି କୁହାଯାଇଛି ୟୁଗୋ ଲ୍ୟାବ୍ସ ଶେଷ ଟ୍ଵିଟ୍‌ ପଢନ୍ତୁ ।

Leave A Reply

Your email address will not be published.