ରାସ୍ତା କଡରେ ପଡିଛି ଯୁବକଙ୍କ ମୃତଦେହ

ବାଂଶପାଳ : ପଥରରେ ଛେଚି ଯୁବକଙ୍କୁ ବୀଭତ୍ସ ହତ୍ୟା ସନ୍ଦେହ। କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ବାଂଶପାଳ ବ୍ଲକ ରାୟଗଡ଼ା ପଞ୍ଚାୟତ ଆମୁଣି ଗାଁର ରାସ୍ତାରେ ଏକ ଅଚିହ୍ନା ଅଳ୍ପ ବୟସ୍କ ଯୁବକଙ୍କ ମୃତଦେହ ପଡ଼ିରହିଛି। ମୃତକ ଫୁଲଝର ଗାଁର ତରଣୀସେନ ମଣ୍ଡଳ ବୋଲି ଜଣାପଡିଛି। ଦୁର୍ବୃତ୍ତ ତାଙ୍କୁ ପଥରରେ ଛେଚି ହତ୍ୟା କରିଥିବାର ସନ୍ଦେହ କରାଯାଉଛି। ଖବର ଲେଖା ହେବା ପର୍ଯ୍ୟନ୍ତ ଘଟଣାସ୍ଥଳରେ ପୋଲିସ ଏଯାଏଁ ପହଞ୍ଚି ନଥିବା ସୂଚନା ମିଳିଛି।

Leave A Reply

Your email address will not be published.