୨ରେ ଦିଲ୍ଲୀରେ ହେବ ଜି-୨୦ ବୈଦେଶିକ ମନ୍ତ୍ରୀ ବୈଠକ

ଦିଲ୍ଲୀ :ଆଗାମୀ ୨ ତାରିଖରେ ଚୀନର ବୈଦେଶିକ ମନ୍ତ୍ରୀ କିନ୍ ଗାଙ୍ଗ୍ ଦିଲ୍ଲୀରେ ହେବାକୁ ଥିବା ଜି-୨୦ ବୈଦେଶିକ ମନ୍ତ୍ରୀ ବୈଠକରେ ଯୋଗ ଦେବେ । ଏନେଇ ଚୀନର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି । କିନ୍ ଗାଙ୍ଗ ଉପସ୍ଥିତି ସଂପର୍କରେ ପଚରା ଯାଇଥିବା ପ୍ରଶ୍ନର ଉତ୍ତରରେ ମୁଖପାତ୍ର ମାଓ ନିଙ୍ଗ୍ କହିଛନ୍ତି, ‘ଜି -୨୦ ବିଶ୍ୱ ଅର୍ଥନୀତିର ପ୍ରମୁଖ ଆହ୍ଵାନ ଉପରେ ଧ୍ୟାନ ଦେବା ଉଚିତ । ଜି-୨୦ ବୈଦେଶିକ ମନ୍ତ୍ରୀ ବୈଠକରେ ଚୀନ ସବୁ ଦଳ ସହ କାର୍ଯ୍ୟ କରିବାକୁ ପ୍ରସ୍ତୁତ ଅଛି । ମାର୍ଚ୍ଚ ୧ ତାରିଖରୁ ରାଷ୍ଟ୍ରପତିଙ୍କ ଅଧୀନରେ ନୂଆଦିଲ୍ଲୀଠାରେ ଏହି ଜି-୨୦ ବୈଦେଶିକ ମନ୍ତ୍ରୀ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏଥର ଭାରତର ଜି-୨୦ ପ୍ରେସିଡେନ୍ସିର ଥିମ୍ ରହିଛି ‘ବସୁଧୈବ କୁଟୁମ୍ବକମ୍’, ଅର୍ଥାତ ଏକ ପୃଥିବୀ, ଏକ ପରିବାର ଓ ଏକ ଭବିଷ୍ୟତ’ । ଆଗାମୀ ସେପ୍ଟେମ୍ବର ୯ ଏବଂ ୧୦ରେ ହେବାକୁ ଥିବା ଅନ୍ତିମ ଜି-୨୦ ସମ୍ମିଳନୀର ଏହା ହେବ ଏକ ବଡ଼ ବେଠକ । ୨୦୨୩ ଜି-୨୦ ଦିଲ୍ଲୀ ସମ୍ମିଳନୀ ଦିଲ୍ଲୀର ପ୍ରଗତି ମୈଦାନରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ପ୍ରାୟ ୩୧ ମାସ ଧରି ଭାରତ ଓ ଚୀନ ମଧ୍ୟରେ ପୂର୍ବ ଲଦାଖର ସୀମା ବିବାଦ ଲାଗି ରହିଥିଲା। ଶେଷରେ ୨୦୨୦ ମସିହା ଜୁନ୍ ମାସରେ ପୂର୍ବ ଲଦାଖର ଗାଲୱାନ୍ ଉପତ୍ୟକାରେ ସଂଘର୍ଷ ପରେ ଦ୍ୱିପାକ୍ଷିକ ସମ୍ପର୍କ ହୋଇଥିଲା। ସୀମାରେ ବିବାଦ ନତୁଟିଲେ ଦୁଇ ଦେଶ ମଧ୍ୟରେ ସଂପର୍କ ସୁଧୁରି ପାରିବ ନାହିଁ ବୋଲି ଭାରତ ପୂର୍ବରୁ କହି ସାରିଛି।….

Leave A Reply

Your email address will not be published.