ଉମେଶ ପାଲ ହତ୍ୟାକାଣ୍ଡର ଅଭିଯୁକ୍ତ ଓସମାନଙ୍କୁ ଏନକାଉଣ୍ଟର କଲା ପୋଲିସ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ପ୍ରୟାଗରାଜ ଉମେଶ ପାଲ ହତ୍ୟାକାଣ୍ଡରେ ପୋଲିସର ବଡ କାର୍ଯ୍ୟାନୁଷ୍ଠାନ । ଉମେଶ ପାଲଙ୍କୁ ହତ୍ୟାକାଣ୍ଡର ଅଭିଯୁକ୍ତ ଓସମାନ ଚୌଧୁରୀକୁ ଏନକାଉଣ୍ଟର କରିଛି ପୋଲିସ । ଏହାପୂର୍ବରୁ ଏହି ହତ୍ୟାକାଣ୍ଡକୁ ନେଇ ଆଉ ଏକ ଏନକାଉଣ୍ଟର ହୋଇଥିଲା । ସେତେବେଳେ ପୋଲିସ ଅଭିଯୁକ୍ତ ଅରବାଜକୁ ଏନକାଉଣ୍ଟର କରିଥିଲା । କୁହାଯାଉଛି, ଓସମାନ ହିଁ ପ୍ରଥମେ ଉମେଶ ପାଲଙ୍କୁ ଗୁଳି ଚଳାଇଥିଲା । ପ୍ରୟାଗରାଜର କୌନ୍ଧିଆରା ଅଞ୍ଚଳରେ ଓସମାନ ଲୁଚି ଥିବା ସୂଚନା ପାଇ ପୋଲିସ ଚଢ଼ାଉ କରିଥିଲା। ଏହି ସମୟରେ ଓସମାନ ଖସି ଯିବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ତାକୁ ଟାର୍ଗେଟ କରି ଗୁଳି ଚଳାଇଥିଲା। ଏହାପରେ ଗୁରୁତର ଅବସ୍ଥାରେ ପୋଲିସ ତାକୁ ଏସ୍ଆରଏନ୍ ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ରାଜୁ ପାଲ ହତ୍ୟା ଘଟଣାର ମୁଖ୍ୟ ସାକ୍ଷୀ ଥିଲେ ଉମେଶ ପାଲ । ଗତ ଫେବୃଆରୀରେ ୨୪ ପ୍ରୟାଗରାଜଠାରେ କିଛି ଦୁର୍ବୃତ୍ତ ଉମେଶ ପାଲ ଓ ତାଙ୍କ ୨ ବନ୍ଧୁକଧାରୀ ସୁରକ୍ଷା କର୍ମୀଙ୍କୁ ଗୁଳି ମାରି ହତ୍ୟା କରିଥିଲେ। ଉମେଶ ଗାଡ଼ିରୁ ଓହ୍ଲାଉଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କୁ ଟାର୍ଗେଟ କରି ଗୁଳି ଚଳାଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ଉମେଶ ଓ ତାଙ୍କ ଗନମାନର ମୃତ୍ୟୁ ହୋଇଥିଲା।

Leave A Reply

Your email address will not be published.