ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲେ ଏଆର ରେହମାନଙ୍କ ପୁଅ

ଭୁବନେଶ୍ୱର: ଲୋକପ୍ରିୟ ସଂଗୀତଜ୍ଞ ତଥା ଗାୟକ ଏଆର ରେହମାନଙ୍କ ପୁଅ ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଏକ ଗୀତ ସୁଟିଂ ସମୟରେ ଆହତ ହୋଇଛନ୍ତି ରେହମାନଙ୍କ ପୁଅ ଏଆର ଅମିନ । ତେବେ ଅମିନଙ୍କୁ ବିଶେଷ କିଛି ଆଘାତ ଲାଗିନଥିବା ଖବର ମିଳିଛି । ଦୁର୍ଘଟଣା ପରେ ସୁଟିଂ ସେଟରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇଦିଆଯାଇଛି । ଏଆର ରେହମାନ ଏକ ବୟାନ ଜାରି କରି କହିଛନ୍ତି, ‘କିଛିଦିନ ପୂର୍ବରୁ ମୋ ପୁଅ ଏଆର ଅମିନ ଏବଂ ତାଙ୍କ ଷ୍ଟାଇଲିଂ ଟିମ ଏକ ବଡ ଦୁର୍ଘଟଣାରୁ ରକ୍ଷା ପାଇଛି । ଈଶ୍ୱରଙ୍କ କୃପାରୁ ଫିଲ୍ମ ସିଟି ମୁମ୍ବାଇରେ ଦୁର୍ଘଟଣା ପରେ ମଧ୍ୟ ସମସ୍ତେ ସୁସ୍ଥ ରହିଛନ୍ତି । ଏହି ଘଟଣା ପରେ ସମସ୍ତେ ଭୟଭୀତ ରହିଛନ୍ତି । ବୀମା କମ୍ପାନୀ ସହିତ ପ୍ରଡକ୍ସନ କମ୍ପାନୀ ଗୁଡଫେଲସ ଷ୍ଟୁଡିଓ ଦ୍ୱାରା ଘଟଣାର ଯାଞ୍ଚ ହେଉଛି । ଏହା ପୂର୍ବରୁ ଏଆର ରେହମାନ ଇନଷ୍ଟାଗ୍ରାମରେ ଏକ କ୍ୟାପସନରେ ଲେଖିଛନ୍ତି, ଗୀତର ସୁଟିଂ ସମୟରେ ସେଟରେ ଲାଗିଥିବା ଝୁମର ତଳେ ପଡି ସଂପୂର୍ଣ୍ଣ ଭାବେ ଚୂରମାର ହୋଇଯାଇଥିଲା । କ୍ରେନ ସାହାଯ୍ୟରେ ଏସବୁ ଲାଗିଥିଲା । ଏହି ଘଟଣାରେ ଅମିନଙ୍କୁ କୌଣସି ଆଘାତ ଲାଗିନଥିଲା। କିନ୍ତୁ ସେ ଏପର୍ଯ୍ୟନ୍ତ ଦୁଃଖରେ ରହିଛନ୍ତି । ଏହି ସମୟର କିଛି ଫଟୋ ସେୟାର କରି ଅମିନ ଲେଖିଛନ୍ତି, ମୁଁ ବହୁତ ସାହସୀ, ମୋ ବାପା ମା’ ପରିବାର, ଶୁଭଚିନ୍ତକ ଏବଂ ଆଧ୍ୟାତ୍ମିକ ଗୁରୁଙ୍କୁ ଅନେକ ଅନେକ ଧନ୍ୟବାଦ । ମୁଁ ଜୀବିତ ଏବଂ ସୁରକ୍ଷିତ ରହିଛି । ତିନି ଦିନ ପୂର୍ବରୁ ଗୀତ ସୁଟିଂ ସମୟରେ ମୋ ସହିତ ଏମିତି ଦୁର୍ଘଟଣା ଘଟିଥିଲା । ତେବେ ତାଙ୍କ ପୋଷ୍ଟରେ ବିଭିନ୍ନ ସେଲିବ୍ରିଟି କମେଣ୍ଟ କରୁଛନ୍ତି । ସତର୍କ ରହିବା ପାଇଁ କହୁଛନ୍ତି । ସୂଚନାଯୋଗ୍ୟ, ଏଆର ରେହମାନଙ୍କ ପୁଅ ୨୦୧୫ରେ ତାମିଲ ଫିଲ୍ମ କଧଲ କନମନୀଙ୍କ ସହିତ ଗାୟକ ଭାବେ କ୍ୟାରିଅର ଆରମ୍ଭ କରିଥଇଲେ । ଏହା ପରେ ସେ ବିଭିନ୍ନ ଭାଷାରେ ଗୀତ ଗାଇଛନ୍ତି ।

Leave A Reply

Your email address will not be published.