ସିକ୍କିମ୍‌ ହେଲା ବିଶ୍ୱର ପ୍ରଥମ ଜୈବିକ ରାଜ୍ୟ

ସିକ୍କିମ୍ : ସିକ୍କିମ୍ ବିଶ୍ୱର ପ୍ରଥମ ଜୈବିକ ରାଜ୍ୟ ହୋଇଛି। ଯଦିଓ ଅନେକ ମାସ ପୂର୍ବରୁ ଏହା ଏହି ମାନ୍ୟତା ପାଇସାରିଥିଲା, କିନ୍ତୁ ବର୍ତ୍ତମାନ ରାଜ୍ୟକୁ ପ୍ରମାଣ ପତ୍ର ମିଳିଛି। ଲଣ୍ଡନର ୱାର୍ଲ୍ଡ ବୁକ୍ ଅଫ୍ ରେକର୍ଡସ ସିକ୍କିମକୁ ବିଶ୍ୱର ପ୍ରଥମ ଜୈବିକ ରାଜ୍ୟର ପ୍ରମାଣପତ୍ର ପ୍ରଦାନ କରିଛି। ସିକ୍କିମକୁ ଅପରାଧ ମୁକ୍ତ ରାଜ୍ୟ ଏବଂ ସବୁଠାରୁ ଭଲ ଶାସନ ଥିବା ରାଜ୍ୟ ଭାବରେ ମଧ୍ୟ ପରିଗଣିତ କରାଯାଇଛି। କେନ୍ଦ୍ର ସଞ୍ଚାର ମନ୍ତ୍ରଣାଳୟ ଏଥିପାଇଁ ସିକ୍କିମକୁ ଅଭିନନ୍ଦନ ଜଣାଇଛି। ସିକ୍କିମ୍ ପ୍ରଥମ ଜୈବିକ ରାଜ୍ୟର ମାନ୍ୟତା ପାଇବା ପରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସିକ୍କିମର ୪ ମନ୍ତ୍ରୀଙ୍କ ସହ ମିଶି ଏକ ସ୍ୱତନ୍ତ୍ର ଡାକ କଭର ମଧ୍ୟ ଜାରି କରିଛନ୍ତି। କହି ରଖୁଛୁ, ୧୯୬୦ ମସିହାରେ ଭାରତରେ ସବୁଜ କ୍ରାନ୍ତି ଆରମ୍ଭ ହୋଇଥିଲା। ଏହି କାରଣରୁ ଅଧିକ ଶସ୍ୟ ଉତ୍ପାଦନ ପାଇଁ ସାରର ବ୍ୟବହାର ମଧ୍ୟ ବୃଦ୍ଧି ପାଇଲା, ଯଦ୍ଦ୍ଵାରା ମାଟି, ପାଣି ଓ ପବନର ଗୁଣାବତ୍ତା ଉପରେ ଖରାପ ପ୍ରଭାବ ପଡ଼ିଛି। ଏଭଳି ସ୍ଥିତିରେ ଭାରତର ଉତ୍ତର-ପୂର୍ବ ରାଜ୍ୟ ସିକ୍କିମ୍ ଜୈବିକ ଚାଷ ଦିଗରେ ଅଗ୍ରସର ହୋଇଥିଲା। ବର୍ତ୍ତମାନ ଏହି ରାଜ୍ୟ ବିଶ୍ୱର ପ୍ରଥମ ଜୈବିକ ରାଜ୍ୟ ହୋଇପାରିଛି ଏବଂ ସମଗ୍ର ବିଶ୍ୱରେ ଏହାକୁ ଏକ ଉଦାହରଣ ଭାବରେ ମଧ୍ୟ ଉପସ୍ଥାପନ କରାଯାଉଛି।

Leave A Reply

Your email address will not be published.