ନିଶାସକ୍ତ ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ, ପରେ ସାବତ ମାକୁ ଦୁଷ୍କର୍ମ କରିଥିବା ଅଭିଯୋଗ

ଯାଜପୁର ରୋଡ଼: ଟମକା ଥାନା ଅନ୍ତର୍ଗତ ଚମ୍ପାଝର ଗ୍ରାମରେ ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ। ପରେ ସାବତ ମାକୁ ଦୁଷ୍କର୍ମ ଅଭିଯୋଗ ।ଉଭୟ ସାବତ ମା ଓ ପୁଅ ଟମକା ଥାନାରେ ଅଟକ।ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ ଗ୍ରାମରେ ଆୟୋଜନ ହେଉଥିବା ଭୋଜିରେ ସମସ୍ତେ ଭୋଜିଖାଇ ଘରକୁ ଫେରିଥିଲେ। ପରେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ବର୍ତ୍ତାଳାପ ଚାଲୁଥିବା ସମୟରେ ନିଶାଶକ୍ତ ଅବସ୍ଥାରେ ବଡ଼ପୁଅ ଲୁଗୁ ହେମ୍ରମ ସେଠାରେ ପହଂଚି ବାପାଙ୍କୁ ଜମି ବିକିବାକୁ ପ୍ରଶ୍ନ କରିଥିଲେ।ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା।ସେଥିରେ ଅଭିଯୁକ୍ତ ପୁଅ ଲାଗୁ ହେମ୍ରମ ଉତକ୍ଷିପ୍ତ ହୋଇ ବାପା ସାଧାଇ ହେମ୍ରମଙ୍କୁ ଏକ ଟାଙ୍ଗିଆ ସାହାଯ୍ୟରେ ମୁଣ୍ଡକୁ ଆକ୍ରମଣ କରିଥିଲା।ଫଳରେ ଘଟଣାସ୍ଥଳରେ ବାପା ସାଧା ହେମ୍ରମଙ୍କର ମୃତ୍ୟୁ ଘଟିଥିଲା। ଟମକା ପୋଲିସ ଘଟଣାସ୍ଥଳରେ ପହଂଚି ଅଭିଯୁକ୍ତ ପୁଅ ଓ ସାବତ ମାକୁ ଟମକା ଥାନାକୁ ନେଇଥିଲା। ସେପଟେ ଅଭିଯୁକ୍ତ ଲୁଗୁ ହେମ୍ରମ ନିଶାସକ୍ତ ଅବସ୍ଥାରେ ଏଭଳି କାଣ୍ଡ ଭିଆଇଥିବା ନିଜ ମୁହଁରେ ସ୍ୱୀକାର କରିଛି। ପରେ ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଉଭୟଙ୍କ ଡାକ୍ତରୀ ମାଇନା କରାଯାଇ ଘଟଣାର ତଦନ୍ତ ଆରମ୍ଭ କରିଛି ଟମକା ପୋଲିସ।

Leave A Reply

Your email address will not be published.