ଦୀର୍ଘ ଦଶ ଦିନ ପରେ ଖୋଲିଲା କପିଳେଶ୍ୱର ମନ୍ଦିର

କପିଳେଶର : କପିଳେଶର ମନ୍ଦିର ଖୋଲିଲା। ଦୀର୍ଘ ଦଶ ଦିନ ପରେ ଖୋଲିଲା କପିଳେଶ୍ୱର ମନ୍ଦିର। ଶତାଧିକ ମହିଳା ଆସି ଭାଙ୍ଗିଲେ ତାଲା। ହାଣ୍ଡିଭଙ୍ଗା ଯାତ ବେଳୁ ଥିଲା ମନ୍ଦିର ବନ୍ଦ। ଦଶ ଦିନ ଥିଲେ ଠାକୁର ଭୋକରେ। ମନ୍ଦିର କବାଟ ଖୋଲିଲେ ମହିଳା ଭକ୍ତ। ହାଣ୍ଡିଭଙ୍ଗା ଯାତ ଠାରୁ ଦଶ ଦିନ ଧରି ଠାକୁର ଥିଲେ ବିନା ନୀତିକାନ୍ତି ଓ ଭୋକ ଉପବାସରେ। ଯେତେବଳେ ଆମର ବାପା ମା ଭୋକରେ ଅଛନ୍ତି ଆମେ କେମିତି ଖୁସିରେ ରହିପାରିବୁ। ବହୁତ୍ ଦିନ ହେଲାଣି ପ୍ରଶାସନ କିଛି କାର୍ଯାନୁଷ୍ଠାନ ନେଲା ନାହିଁ ସେଥି ପାଇଁ ଆମେ ବାଧ୍ୟ ହୋଇ ମହିଳା ମାନେ ଏକଜୁଟ ହୋଇ ଆସିଲୁ ପ୍ରଭୂଙ୍କୁ ଯେତେବେଳେ ଡାକିଲୁ ସେ ନିଜେ କବାଟ ଖୋଲି ଦେଲେ ବୋଲି ସ୍ଥାନୀୟ ମହିଳା କହିଛନ୍ତି। କବାଟ ଖୋଲିଲା ପରେ ବର୍ତ୍ତମାନ ପ୍ରଭୁଙ୍କ ଯାହା ନୀତିକାନ୍ତି ସମ୍ପନ୍ନ ହେବା କଥା ହୋଇଛି।କବାଟ ଖୋଲିଲା ପରେ କିଛି ଅପରସ୍ଥିତି ନ ଘଟୁ ସେଥି ପାଇଁ ପୋଲିସ ଉପସ୍ଥିତ ରହିଛି। ଦୋଳ ଯାତ୍ରା ପାଇଁ ମଧ୍ୟ ପ୍ରସ୍ତୁତି ଶେଷ ହୋଇଛି।

Leave A Reply

Your email address will not be published.