କଂଗ୍ରେସ ଦେଉଥିଲା କମ ବିଜୁଳି, ସେଥିପାଇଁ ବଢ଼ିଲା ଜନସଂଖ୍ୟା, କେନ୍ଦ୍ର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କ ଅଦ୍ଭୁତ ଟିପ୍ପଣୀକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ : କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ହେବାକୁ କିଛି ଦିନ ବାକି ଅଛି, ହେଲେ ରାଜନୈତିକ ଟିପ୍ପଣୀ ଏବେଠୁ ଜୋର ଧରିଲାଣି | ପ୍ରତିଦିନ ଏଠାରେ ନେତା କିଛି ନା କିଛି ମନ୍ତବ୍ୟ ଦେଇ ଭାଲିଛନ୍ତି | ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି | ଏବେ ମୋଦୀ ସରକାରଙ୍କ ଜଣେ ମନ୍ତ୍ରୀ ଏମିତି ମନ୍ତବ୍ୟ ଦେଇଛନ୍ତି ଯାହାକୁ ନେଇ ଲୋକେ ବେଶ ମଜା ଉଠାଉଛନ୍ତି |କର୍ଣ୍ଣାଟକର ହାସନ ଯାଇଥିବା ଅବସରରେ ମନ୍ତ୍ରୀ ଶ୍ରୀ ଯୋଶୀ କହିଛନ୍ତି, କଂଗ୍ରେସ ସରକାର ତାଙ୍କ ନେତୃତ୍ୱ ସମୟରେ କମ ବିଜୁଳି ଦେଉଥିବାରୁ ଜନସଂଖ୍ୟା ବୃଦ୍ଧି ପାଇଲା | କାରଣ କଂଗ୍ରେସ ସରକାର ସାଧାରଣ ଲୋକଙ୍କୁ ଆବଶ୍ୟକ ମାତ୍ରାରେ ବିଜୁଳି ଦେଇପାରିନି | ତେବେ ବିଜୁଳି ସହ ଜନସଂଖ୍ୟାର କି ସମ୍ପର୍କ ରହିଛି ବୋଲି ଦ୍ଵନ୍ଦ୍ଵରେ ପଡିଛନ୍ତି | ଲୋକେ ମନ୍ତ୍ରୀଙ୍କର ଏହି କଥାକୁ ନେଇ ବେଶ ମଜା ଉଠାଉଛନ୍ତି | ଆଗକୁ ବିଧାନ ସଭା ନିର୍ବାଚନ ଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ 12 ରେ କର୍ଣ୍ଣାଟକ ଗସ୍ତରେ ଯିବାର କାର୍ଯ୍ୟକ୍ରମ ଅଛି |

Leave A Reply

Your email address will not be published.