ପାକିସ୍ତାନ ଓ ଚୀନ ସହ ଭାରତର ହୋଇପାରେ ଯୁଦ୍ଧ

ନୂଆଦିଲ୍ଲୀ : ଆମେରିକା ଗୁଇନ୍ଦା ବିଭାଗର ବାର୍ଷିକ ବିପଦ ଆକଳନ ରିପୋର୍ଟରେ ପ୍ରକାଶ ପାଇଛି ଏକ ଭୟଙ୍କର ରିପୋର୍ଟ | ରିପୋର୍ଟ ଅନୁଯାୟୀ, ଭାରତ ଓ ପାକିସ୍ତାନ ଏବଂ ଭାରତ ଓ ଚୀନ୍ ମଧ୍ୟରେ ଉତ୍ତେଜନା ବଢ଼ିବାର ଆଶଙ୍କା ରହିଛି। ଚୀନ ଓ ପାକିସ୍ତାନ ଉସୁକାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସାମରିକ ଶକ୍ତି ଉପଯୋଗ କରି ପାକିସ୍ତାନ ଓ ଚୀନକୁ ଉଚିତ ଜବାବ ଦେବ ବୋଲି ଏହି ରିପୋର୍ଟରେ କୁହାଯାଇଛି | ଭାରତ-ଚୀନ ମଧ୍ୟରେ ସଂଘର୍ଷ ହେଲେ ତାହା ଆମେରିକାର ହିତ ପ୍ରତି ବିପଦ ସୃଷ୍ଟି କରିବ ବୋଲି ମଧ୍ୟ ଏହି ରିପୋର୍ଟରେ କୁହାଯାଇଛି । ଆମେରିକାର ଜାତୀୟ ଗୁଇନ୍ଦା ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହାକୁ ଆମେରିକୀୟ କଂଗ୍ରେସରେ ଉପସ୍ଥାପନ କରାଯାଇଥିଲା ।

Leave A Reply

Your email address will not be published.