ସୁପ୍‌ରେ ମିଳିଲା ମଲା ମୂଷା

ଆମେରିକା : ଆମେରିକାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ଏକ ଫେମସ୍‌ ରେଷ୍ଟୁରାଣ୍ଟକୁ ସୁପ୍‌ ପିଇବାକୁ ଯାଇଥିଲେ, ହେଲେ ଦୁର୍ଭାଗ୍ୟବଶତଃ ତାଙ୍କ ସୁପ୍‌ ଭିତରୁ ଏକ ମଲା ମୂଷା ବାହାରିଥିଲା। ରିପୋର୍ଟ ମୁତାବକ, ଜଣେ ମହିଳା ଆମେରିକାର ଏକ ପ୍ରସିଦ୍ଧ ରେଷ୍ଟୁରାଣ୍ଟକୁ କିଛି ଖାଇବା ପିଇବା ପାଇଁ ଯାଇଥିଲେ। ସେଠାରେ ସେ ଗୋମାଂସ ଏବଂ ଚାଉଳର ଏକ ସୁପ୍ ଅର୍ଡର କରିଥିଲେ। ଅର୍ଡର ଅନୁସାରେ ସୁପ୍‌ ତାଙ୍କ ପାଖରେ ପହଞ୍ଚିଥିଲା, ହେଲେ ଏହାପରେ ଯାହା ଘଟିଥିଲା, ତାହା ଚାରିଆଡ଼େ ଭାଇରାଲ ହୋଇଯାଇଥିଲା। ମହିଳା ଜଣକ ଏହାର ଏକ ଭିଡିଓ ବି ସେୟାର କରିଛନ୍ତି। ମହିଳାଙ୍କୁ ଯେଉଁ ସୁପ୍‌ ଦିଆଯାଇଥିଲା, ସେଥିରେ ସେ ଏକ ମଲା ମୂଷା ପାଇଥିଲେ। ମହିଳା ଜଣକ ଦାବି କରିଛନ୍ତି ଯେ ମୂଷାଟି ମରିଯାଇଛି ଏବଂ ସୁପ୍‌ ସହିତ ହିଁ ତାଙ୍କୁ ସର୍ଭ କରାଯାଇଛି। ସେପଟେ ମହିଳାଙ୍କ ଅଭିଯୋଗ ଉପରେ ରେଷ୍ଟୁରାଣ୍ଟ ମଧ୍ୟ ପ୍ରତିକ୍ରିୟା ରଖିଛି। ରେଷ୍ଟୁରାଣ୍ଟ ପକ୍ଷରୁ କୁହାଯାଇଛି କି, ମହିଳାଙ୍କ ଦ୍ୱାରା କରାଯାଇଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା। ରେଷ୍ଟୁରାଣ୍ଟ ଏହା ମଧ୍ୟ କହିଛି ଯେ ମହିଳା ନିଜ ଟଙ୍କା ଫେରସ୍ତ ପାଇଁ ଅଭିଯୋଗ ଆଣିଛନ୍ତି ଏବଂ ତାଙ୍କ ବିରୋଧରେ ମାମଲା ରୁଜୁ କରାଯିବ। ଅନ୍ୟପଟେ ମହିଳା ମଧ୍ୟ ଏତଲା ଦାୟର କରିବେ ବୋଲି କହିଛନ୍ତି।

Leave A Reply

Your email address will not be published.