ଭୂମିକମ୍ପ ଝଟକା ମଧ୍ୟରେ ଅପରେସନ କରି ଶିଶୁକୁ ଜନ୍ମ କରାଇଲେ ଡାକ୍ତର, ଦେଖନ୍ତୁ ଭିଡିଓ

କଶ୍ମୀର: ଭୂମିକମ୍ପ ଝଟକାରେ ଶିଶୁର ଜନ୍ମ କରାଇଛନ୍ତି ଡାକ୍ତର । ମଙ୍ଗଳବାର ଦିନ ସମଗ୍ର ଉତ୍ତର ଭାରତରେ ତୀବ୍ର ଭୂକମ୍ପ ଅନୁଭୂତ ହେଉଥିବା ବେଳେ ଜମ୍ମୁ ଓ କଶ୍ମୀରର ଅନନ୍ତନାଗ ଜିଲ୍ଲାସ୍ଥିତ ଏକ ଡାକ୍ତରଖାନାରେ ଡାକ୍ତରମାନେ ଶିଶୁ ପ୍ରସବ କରାଇଛନ୍ତି। ପିଲାର ଜନ୍ମ ସିଜେରିଆନ ଅପରେସନ ମାଧ୍ୟମରେ କରାଯାଇଛି। ସୂଚନା ମୁତାବକ, ସବ୍‌ ଡିଷ୍ଟ୍ରିକ୍ଟ ହସପିଟାଲରେ ପିଲାକୁ ଅପରେସନ କରି ଡାକ୍ତର ପ୍ରସବ କରାଇଛନ୍ତି । ତୀବ୍ର ଭୂମିକମ୍ପ ପ୍ରଭାବରେ କଶ୍ମୀର ଥରହର ହେଉଥିବା ବେଳେ ଲୋୟର୍-ସେଗମେଣ୍ଟ୍ ସିଜରିଆନ ସେକ୍ସନରେ ଡାକ୍ତରମାନେ ଉକ୍ତ ଶିଶୁଟିକୁ ପ୍ରସବ କରାଇଛନ୍ତି।ଜିଲ୍ଲାର ଚିଫ୍ ମେଡିକାଲ୍ ଅଫିସର ଟ୍ଵିଟ୍‌ କରି କହିଛନ୍ତି, ଭୂମିକମ୍ପର ଝଟକା ଅନୁଭୂତ ହେଉଥିବା ବେଳେ ଅନନ୍ତନାଗର ବିଜବେହାରା ସବ୍ ଡିଷ୍ଟ୍ରିକ୍ଟ ହସ୍ପିଟାଲରେ ଜରୁରୀକାଳୀନ ଲୋୟର ସେଗମେଣ୍ଟ୍ ସିଜରିଆନ୍ ସେକ୍ସନ୍ ଚାଲିଛି। ସମସ୍ତ କର୍ମଚାରୀଙ୍କୁ ଅଭିନନ୍ଦନ । ଏହାସହିତ ଈଶ୍ୱରଙ୍କୁ ବହୁତ ଧନ୍ୟବାନ । ଏହାସହିତ ସେ ଟ୍ଵିଟରରେ ଏକ ଭିଡିଓ ସେୟାର କରିଛନ୍ତି ।

Leave A Reply

Your email address will not be published.