ଭାରତରେ ପାକିସ୍ତାନ ସରକାରଙ୍କ ଟ୍ଵିଟର ଆକାଉଣ୍ଟ୍ ବ୍ଲକ୍

ଭାଭାରତ : ରତରେ ପାକିସ୍ତାନ ସରକାରଙ୍କ ଟ୍ଵିଟର ଆକାଉଣ୍ଟ୍ ବ୍ଲକ୍ । ଆଇନଗତ ଆବଶ୍ୟକତା ଦୃଷ୍ଟିରୁ ଭାରତରେ ପାକିସ୍ତାନ ସରକାରଙ୍କ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟକୁ ବ୍ଲକ୍ କରିଦିଆଯାଇଥିବା ଟ୍ଵିଟର ବିଜ୍ଞପ୍ତି ପ୍ରକାଶ କରିଛି । ଆଇନଗତ ଆବଶ୍ୟକତାକୁ ଚାହିଁ ପାକିସ୍ତାନ ସରକାରଙ୍କ ସମସ୍ତ ଆକାଉଣ୍ଟ୍ ବ୍ଲକ୍ କରିବାକୁ କମ୍ପାନିର ଗାଇଡଲାଇନ ଟ୍ଵିଟରକୁ ବାଧ୍ୟ କରିଛି । କୌଣସି ବ୍ୟକ୍ତି ପାକିସ୍ତାନ ସରକାରଙ୍କ ଟ୍ଵିଟର ଆକାଉଣ୍ଟ ଆକ୍ସେସ କରିବାକୁ ଉଦ୍ୟମ କଲେ ଆଇନଗତ ଆବଶ୍ୟକତା ଦୃଷ୍ଟିରୁ ଭାରତରେ @GovtofPakistan ର ଆକାଉଣ୍ଟକୁ ବ୍ଲକ୍ କରାଯାଇଥିବା ଦେଖାଯାଉଛି ।ସେପଟେ ଟ୍ୱିଟର ଆକାଉଣ୍ଟ ବ୍ଲକ ହେବା ସଂକ୍ରାନ୍ତରେ ଭାରତ ଏବଂ ପାକିସ୍ତାନର ସୂଚନା ଓ ପ୍ରଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ।

Leave A Reply

Your email address will not be published.