ଶିଖରଙ୍କ ଆଗରେ ହାର ମାନିଲେ ନିତିଶ, ବାଜି ମାରିନେଲା ପଞ୍ଜାବ

ଆଇପିଏଲ : ଆଇପିଏଲ-୨୦୨୩ର ଦ୍ୱିତୀୟ ମ୍ୟାଚରେ ଦମଦାର ବିଜୟ ହାସଲ କରିଛି ପଞ୍ଜାବ କିଙ୍ଗସ । ବର୍ଷା ଯୋଗୁଁ ଡିଏଲ ନିୟମ ଅନୁସାରେ କୋଲକାତା ନାଇଟ ରାଇଡର୍ସ ହାରିଛି। ଏହି ମ୍ୟାଚରେ ଦ୍ୱିତୀୟ ଇନିଂସରେ ୪ ଓଭର ବାକି ଥିବା ବେଳେ କୋଲକତା ପାଇଁ ବର୍ଷା କାଳ ସାଜିଥିଲା । ଆଉ ଯାହାର ଫାଇଦା ପାଇଲା ପଞ୍ଜାବ କିଙ୍ଗସ । ପଞ୍ଜାବର ୧୯୨ ରନକୁ ପିଛା କରି କୋଲକାତା ୧୬ ଓଭରରେ ୭ ୱିକେଟ ହରାଇ ୧୪୬ ରନ ସଂଗ୍ରହ କରି ସାରିଥିଲା । କେକେଆର ପକ୍ଷରୁ ଗୁରବାଜ୍ ୨୨ ରନ୍‌, ଭେଙ୍କଟସ୍ ଆୟର ୩୪ ରନ୍, ନୀତିଶ ରାଣା ୨୪ ରନ୍‌, ରଶେଲ ୩୫ ରନ୍‌ରେ ଆଉଟ୍ ହୋଇଥିଲେ। ୧୬ ଓଭରରେ ଦଳୀୟ ସ୍କୋର ୭ ୱିକେଟ ହରାଇ ୧୪୬ ରନ୍‌ ଥିବା ବେଳେ ବର୍ଷା ଯୋଗୁ ଖେଳ ବନ୍ଦ ହୋଇଥିଲା। ଶାର୍ଦ୍ଦୁଳ ଠାକୁର ଏବଂ ସୁନୀଲ ନାରିନ ମଇଦାନରେ ଉପସ୍ଥିତ ଥିବା ବେଳେ ବର୍ଷା ହୋଇଥିଲା । ତେଣୁ ମ୍ୟାଚକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଅମ୍ପାୟାର । ତେବେ ପରେ ମ୍ୟାଚ ଆଉଥରେ ଆରମ୍ଭ ହୋଇପାରି ନଥିବାର ଡକୱର୍ଥ ଲୁଇସ ନିୟମ ଅନୁସାରେ ପଞ୍ଜାବ କିଙ୍ଗସକୁ ବିଜୟୀ ଘୋଷଣା କରାଯାଇଛି । ୧୬ ଓଭର ସୁଦ୍ଧା କୋଲକାତା ଭଲ ସ୍କୋର କରିଥିଲେ ମଧ୍ୟ ମାତ୍ର ୭ ରନ ପଛରେ ରହି ଯାଇଥିଲା । ମ୍ୟାଚକୁ ୭ ରନରେ ବିଜୟୀ ହୋଇ ବାଜି ମାରି ନେଇଛି ପଞ୍ଜାବ କିଙ୍ଗସ ।

Leave A Reply

Your email address will not be published.