ଆମେରିକାରେ ଭୟଙ୍କର ଘୂର୍ଣ୍ଣିଝଡ଼: ୨୧ ମୃତ, ୧୨ରୁ ଅଧିକ ଆହତ

ଆମେରିକା: ଆମେରିକାରେ ଭୟଙ୍କର ଟର୍ଣ୍ଣାଡୋ। ଘୂର୍ଣ୍ଣିଝଡ଼ରେ ୨୧ ଜଣଙ୍କ ମୃତ୍ୟୁ । ୧୨ରୁ ଅଧିକ ଆହତ । ଆମେରିକାର ଦକ୍ଷିଣ ଓ ମଧ୍ୟପଶ୍ଚିମରେ ତାଣ୍ଡବ ରଚିଛି ଟର୍ଣ୍ଣାଡୋ । ୬ ରାଜ୍ୟରେ ୫୩ ଘୂର୍ଣ୍ଣିଝଡ଼ ହୋଇଛି । ଶୁକ୍ରବାର ରାତିରେ ଲିନୋଏସରେ କାନ୍ଥ ଭୁଶୁଡି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୮ ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ପୂର୍ବରୁ ଏଭଳି ଭୟଙ୍କର ଟର୍ଣ୍ଣାଡୋ କେବେ ବି ଦେଖିନଥିବା କହିଛନ୍ତି ଲୋକେ। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଘୂର୍ଣ୍ଣିଝଡ଼ ଯୋଗୁଁ ପ୍ରୟା ୪ ଲକ୍ଷ ଲୋକ ଅନ୍ଧାରରେ ଅଛନ୍ତି । କେବଳ ଅର୍କାନସାସ୍‌ ରାଜ୍ୟରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ଗତ ସପ୍ତାହରେ ମଧ୍ୟ ଭୟଙ୍କର ଝଡ଼ ଓ ଟର୍ଣ୍ଣାଡୋରେ ଆମେରିକା ମିସିସିପି ସହର ଛାରଖାର ହୋଇଯାଇଥିଲା । ଏଥିରେ ପ୍ରାୟ ୨୬ ଜଣଙ୍କ ମୃତ୍ୟୁ ହୋଇଥିଲା ।

Leave A Reply

Your email address will not be published.