ଆଇପିଏଲ୍‌ ୨୦୨୩: କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କଲା ଗୁଜରାଟ ଟାଇଟନ୍ସ, ପୁଣି ହାରିଗଲା ଦିଲ୍ଲୀ

ଗୁଜରାଟ : ଚଳିତ ଆଇପିଏଲରେ ଦ୍ୱିତୀୟ ବିଜୟ ହାସଲ କରିଛି ଗୁଜରାଟ ଟାଇଟନ୍ସ । ମଙ୍ଗଳବାର ଅରୁଣ ଜେଟଲି ଷ୍ଟାଡିୟମରେ ଗୁଜରାଟ ୬ ୱିକେଟ୍ରେ ବିଜୟୀ ହୋଇଛି। ଆଉ ଦ୍ୱିତୀୟଥର ପାଇଁ ପରାଜୟ ବରଣ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ ୧୬୨/୮ ସ୍କୋର କରିଥିଲା ବେଳେ ଗୁଜରାଟ ୧୮.୧ ଓଭରରେ ୪ ୱିକେଟ୍ ହରାଇ ମ୍ୟାଚ୍ ଜିତିଥିଲା। ଗୁଜରାଟ ଟସ୍ ଜିତି ଦିଲ୍ଲୀକୁ ବ୍ୟାଟିଂ ପାଇଁ ସୁଯୋଗ ଦେଇଥିଲା। ତେଣୁ ବ୍ୟାଟିଂ କରି ଦିଲ୍ଲୀ ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ୱିକେଟ ହରାଇ ୧୬୨ ରନ କରିଥିଲା। ଦଳର କୌଣସି ଖେଳାଳି ବିଶେଷ ଭଲ ବ୍ୟାଟିଂ ଦେଖାଇ ପାରି ନ ଥିଲେ। ଦିଲ୍ଲୀ ପକ୍ଷରୁ ଡେଭିଡ ଓ୍ୱାର୍ନର ୩୭ ରନ (୭ ଚୌକା), ଅକ୍ଷର ପଟେଲ ୩୬ ରନ(୨ ଚୌକା, ୩ ଛକା), ସରଫରାଜ ଖାନ ୩୦ ରନ (୨ ଚୌକା) ଓ ଅଭିଷେକ ପୋରେଲ ୨୦ ରନ(୨ ଛକା) କରିଥିଲେ। ସେପଟେ ଲକ୍ଷ୍ୟକୁ ପିଛା କରୁଥିବା ଗୁଜରାଟ ମଧ୍ୟ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । କିନ୍ତୁ ହାର୍ଦ୍ଦିକଙ୍କ ଟିମ୍‌ ଏହି ଲକ୍ଷ୍ୟକୁ ୪ ଓ୍ଵିକେଟ ହରାଇ ଆଉ ୧୧ ବଲ୍‌ ଥାଇ ଜିତିନେଇଥିଲା ।

Leave A Reply

Your email address will not be published.