କେରଳ ଟ୍ରେନରେ ଯାତ୍ରୀଙ୍କୁ ପେଟ୍ରୋଲ ଢାଳି ହତ୍ୟା କରିଥିବା ଘଟଣା: ଅଭିଯୁକ୍ତ ଶାହାରୁଖଙ୍କୁ ଗିରଫ କଲା ମହାରାଷ୍ଟ୍ର ପୋଲିସ

କେରଳ : କେରଳର କୋଝିକୋଡିରେ ଟ୍ରେନରେ ନିଆଁ ଲଗାଇ ୩ ଜଣଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ଶାହାରୁଖ ସାଇଫିକୁ ପୋଲିସ ମହାରାଷ୍ଟ୍ରରୁ ଗିରଫ କରିଛି। କେନ୍ଦ୍ରୀୟ ଅନୁସନ୍ଧାନକାରୀ ଦଳ ଏବଂ ମହାରାଷ୍ଟ୍ର ଏଟିଏସର ମିଳିତ ଭାବେ ସର୍ଚ୍ଚ ଅପରେସନ କରି ମହାରାଷ୍ଟ୍ରର ରତ୍ନଗିରି ରେଳ ଷ୍ଟେସନରୁ ଗିରଫ କରିଛି।ଖବର ମୁତାବକ, ଅଭିଯୁକ୍ତ ଜଣକ ସାମାନ୍ୟ ବଚସା ଯୋଗୁଁ ସହ ଯାତ୍ରୀଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଥିଲା । ଅଲଫୁଝା-କନ୍ନୁର ଏକ୍ସପ୍ରେସ ଡି-୧ କୋଚରେ ଏହି ଘଟଣା ଘଟିଥିଲା । ଟ୍ରେନଟି କୋଝିକୋଡ ଷ୍ଟେସନ ଛାଡ଼ିବା ପରେ ରାତି ପ୍ରାୟ ୯.୪୫ରେ ଟ୍ରେନରେ ନିଆଁ ଲାଗି ଯାଇଥିବା ଖବର ଆସିଥିଲା। ଆଉ ଏପରି କାଣ୍ଡ ଘଟାଇବା ପରେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା ।

Leave A Reply

Your email address will not be published.