ଜାପାନରେ ନବୀନ, ଟୋକିଓରେ ଓଡ଼ିଶା ବିଜନେସ ମିଟକୁ କରିବେ ସମ୍ବୋଧନ

ଜାପାନ : ଆଜି ଜାପାନରେ ଓଡ଼ିଶା ବିଜନେସ୍‌ ମିଟ୍‌ । ଟୋକିଓରେ ଆୟୋଜିତ ହେବାକୁ ଥିବା ଏହି ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବୋଧିତ କରିବେ । ଏହି ଅବସରରେ ଜାପାନର ବଡ଼ ବଡ଼ ଉଦ୍ୟୋଗୀ ଓ ଶିଳ୍ପପତିଙ୍କୁ ସିଧାସଳଖ ଭେଟିବା ସହ ପୁଞ୍ଜି ନିବଶ ପାଇଁ ରାଜ୍ୟକୁ ଆମନ୍ତ୍ରଣ କରିବେ । ଆଜି ହେବାକୁ ଥିବା ବିଜନେସ୍‌ ମିଟ୍‌ରେ ୨୦୦ ଶିଳ୍ପପତି ସହ ଇଣ୍ଡୋ ପାସିଫିକ୍‌ ଅଂଚଳର ଅନେକ ବ୍ୟବସାୟୀ ଓ ନିବେଶକାରୀ । ପର୍ଯ୍ୟଟନ, ଷ୍ଟିଲ୍‌, ଆଲୁମିନିୟମ୍‌, ଟେକ୍ସଟାଇଲ, ଖାଦ୍ୟ ପ୍ରକ୍ରିୟାକରଣ, ଗ୍ରୀନ୍‌ ହାଇଡ୍ରୋଜେନ୍‌ ଓ ଗ୍ରୀନ୍‌ ଆମୋନିଆ କ୍ଷେତ୍ରରେ କାମ କରୁଥିବା ବଡ଼ ପୁଞ୍ଜି ନିବେଶକାରୀ ଯୋଗ ଦେବେ । ବିଜିନେସ୍‌ ମିଟକୁ ସମ୍ବୋଧିତ କରି ଓଡ଼ିଶାରେ ପର୍ଯ୍ୟାପ୍ତ ନିବେଶ ସୁଯୋଗ ନେଇ ଅବଗତ କରାଇବେ ମୁଖ୍ୟମନ୍ତ୍ରୀ । ରାଜ୍ୟରେ ଇସ୍ପାତ, ଫୁଡ୍‌ ପ୍ରୋସେସିଂ, ପ୍ଲାଷ୍ଟିକ, ପେଟ୍ରୋ କେମିକାଲ୍‌ସ, ଟେକ୍ସଟାଇଲ୍‌, କେମିକାଲ୍‌ସ ଓ ପର୍ଯ୍ୟଟନ ଆଦି କ୍ଷେତ୍ରରେ ଥିବା ଅପାର ନିବେଶ ସମ୍ଭାବନା ବିଷୟରେ ଜାପାନର ନିବେଶକାରୀଙ୍କ ସହ ଆଲୋଚନା କରିବେ । ସନ୍ଧ୍ୟାରେ ଜାପାନର ପ୍ରବାସୀ ଓଡ଼ିଆଙ୍କ ସହିତ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି । ୬ ତାରିଖରେ ରାଜ୍ୟ ସରକାରଙ୍କ ପ୍ରତିନିଧି ଦଳ ନିପ୍ପନ ଷ୍ଟିଲର କିମିସ୍ତୁ ଷ୍ଟିଲ୍‌ ଓ୍ଵାର୍କ ପ୍ଲାଣ୍ଟ ଓ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ସେଣ୍ଟର ପରିଦର୍ଶନ କରିବେ ।

Leave A Reply

Your email address will not be published.