ଅଭାବୀ ଲୋକଙ୍କୁ ୧ ଟଙ୍କାରେ ପେଟପୂରା ଖାଦ୍ୟ ଯୋଗାଇ ଉଦାହରଣ ସାଜିଛନ୍ତି ପ୍ରବୀଣ ଗୋୟଲ

ନୂଆଦିଲ୍ଳୀ: ମହତ୍‌ ବ୍ୟକ୍ତିଙ୍କ ମହତ୍‌ କାମ। ଅଭାବୀ ଲୋକଙ୍କୁ ୧ ଟଙ୍କାରେ ପେଟପୂରା ଖାଦ୍ୟ ଯୋଗାଇ ଏବେ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ପ୍ରବୀଣ ଗୋୟଲ ନାମକ ଏହି ବ୍ୟକ୍ତି। ଗୋଟିଏ ଟଙ୍କା ବଦଳରେ ସେ ଦିଲ୍ଲୀର ଅଭାବୀ ଲୋକମାନଙ୍କ ପେଟକୁ ଦାନା ଯୋଗାଉଛନ୍ତି। କେହିବି ଗରିବ ଭୋକଉପାସରେ ନଶୋଉ ଏହି ଲକ୍ଷ ନେଇ ‌ସେ ଗତ ଚାରି ବର୍ଷ ଧରି ‘ଶ୍ରୀ ଶ୍ୟାମ ରଷୋଇ’ ନାମକ ଏକ ଖାଦ୍ୟଯୋଗାଣ ସଂସ୍ଥା ଚଳାଉଛନ୍ତି। ଯେଉଁଥିରେ ପ୍ରତିଦିନ ହଜାରେରୁ ଅଧିକ ଲୋକ କେବଳ ଗୋଟିଏ ଟଙ୍କାରେ ପେଟପୂରା ଭୋଜନ କରୁଛନ୍ତି। ଏହି ମହତ କାମ କରିବା ପାଇଁ ଦିଲ୍ଲୀର ନାଙ୍ଗଲୋଇ ଅଞ୍ଚଳର ବାସିନ୍ଦା ପ୍ରବୀଣ ତାଙ୍କ ପତ୍ନୀଙ୍କ ଅଳଙ୍କାର ସମେତ ନିଜ ଜୀବନର ସମସ୍ତ ସଞ୍ଚୟ ବିନିଯୋଗ କରି ଦେଇଛନ୍ତି। ଯାହା ଫଳରେ ଅଭାବୀ ଲୋକମାନେ ପେଟ ଭରି ୧ ଟଙ୍କା ବଦଳରେ ପ୍ରତିଦିନ ଭାତ, ଡାଲି, ଦୁଇଟି ତରକାରୀ, ରୁଟି ଏବଂ ମିଠା ଖାଇ ପାରୁଛନ୍ତି। ଏହି ଖାଦ୍ଯ କେବଳ ଯେ ଜଣେ ଗରିବ ଖାଇ ପାରିବ ତାନୁହେଁ ବରଂ ଖାଦ୍ୟ ଆବଶ୍ୟକ କରୁଥିବା ସମସ୍ତ ଲୋକଙ୍କ ଖାଇପାରିବେ। ଧନୀ ଏବଂ ଗରିବଙ୍କ ମଧ୍ୟରେ ଭେଦଭାବ ଭୁଲି ଲୋକମାନେ ଖାଦ୍ୟ ଖାଇବାକୁ ଏଠାକୁ ଆସନ୍ତି।

Leave A Reply

Your email address will not be published.