ଅଯୋଧ୍ୟାରେ ଏକନାଥଙ୍କ ଶକ୍ତି ପ୍ରଦର୍ଶନ, କହିଲେ ଭଗବାନ ରାମଙ୍କ ଆଶୀର୍ବାଦ ତାଙ୍କ ଉପରେ ଅଛି

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶ ଅଯୋଧ୍ୟାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ଶକ୍ତି ପ୍ରଦର୍ଶନ । ଶିବ ସେନାର ହଜାର ହଜାର କର୍ମୀଙ୍କ ସହ ଅଯୋଧ୍ୟାରେ ପହଞ୍ଚିଛନ୍ତି ଏକନାଥ ସିନ୍ଦେ । ଅଯୋଧ୍ୟ ଯିବା ପୂର୍ବରୁ ସିନ୍ଦେ କହିଥିଲେ ଭଗବାନ ରାମଙ୍କ ଆଶୀର୍ବାଦ ତାଙ୍କ ଉପରେ ଅଛି। ସେଥିପାଇଁ ଧନୁ ଓ ତୀର ତାଙ୍କ ସହ ରହିଛି। ଆଜି ଅଯୋଧ୍ୟାରେ ଦିନ ତମାମ ସିନ୍ଦେଙ୍କ କାର୍ଯ୍ୟକ୍ରମ ଥିଲା। ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ମଧ୍ୟ ତାଙ୍କ ସହ ଥିଲେ ।ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ପ୍ରଥମ ଥର ପାଇଁ ଅଯୋଧ୍ୟା ଯାଇଛନ୍ତି ଏକନାଥ ସିନ୍ଦେ । ଏକନାଥ ପହଞ୍ଚିବା ପୂର୍ବରୁ ଅଯୋଧ୍ୟାରେ ତାଙ୍କୁ ପୋଷ୍ଟର ବ୍ୟାନର ଛାଇ ଯାଇଥିଲା। ହଜାର ହଜାର ଶିବସେନା ସମର୍ଥକ ତାଙ୍କ ସହ ଅଯୋଧ୍ୟା ଯାଇଛନ୍ତି। ଶିବସେନାର ପ୍ରତିଷ୍ଠାତା ବାଲ ଠାକରେ ଅଯୋଧ୍ୟାରେ ବିଶାଳ ରାମ ମନ୍ଦିର ଦେଖିବାକୁ ଚାହୁଁଥିଲେ ବୋଲି ସିନ୍ଦେ କହିଛନ୍ତି। .

Leave A Reply

Your email address will not be published.