ଇତିହାସ ରଚିଲେ ନୀରଜ ଚୋପ୍ରା, ବିଶ୍ୱର ନଂ ୧ ଜାଭେଲିନ ଫିଙ୍ଗାଳି ହେଲେ ନୀରଜ

ଅଲମ୍ପିକ୍ ଚାମ୍ପିଅନ ନୀରଜ ଚୋପ୍ରାଙ୍କୁ ବିଶ୍ୱ ଜାଭେଲିନ ଥ୍ରୋ ର‍୍ୟାଙ୍କିଂରେ ପ୍ରଥମ ସ୍ଥାନ ପାଇଛନ୍ତି । ନୀରଜ ଚୋପ୍ରା କ୍ୟାରିଅରରେ ପ୍ରଥମ ଥର ପାଇଁ ବିଶ୍ୱର ନମ୍ବର ୧ ଖେଳାଳି ହୋଇଛନ୍ତି । ଭାରତର ପ୍ରଥମ ଟ୍ରାକ୍ ଏବଂ ଫିଲ୍ଡ ଆଥଲେଟ୍ ଭାବେ ନୀରଜ ପୁରୁଷ ଜାଭେଲିନ୍ ର‍୍ୟାଙ୍କିଂରେ ବିଶ୍ୱ ୧ ନମ୍ବର ମାନ୍ୟତା ହାସଲ କରିଛନ୍ତି । ଆଣ୍ଡରସନ୍ ପିଟର୍ସଙ୍କୁ ବିଶ୍ୱ ନଂ ୧ ସ୍ଥାନରୁ ହଟାଇ ସେ ଏହି ସଫଳତା ପାଇଛନ୍ତି । ନୀରଜ ଚଳିତ ସିଜିନରେ ଭଲ ଆରମ୍ଭ କରିଥିଲେ । ଦୋହାରେ ଖେଳାଯାଇଥିବା ଡାଇମଣ୍ଡ ଲିଗରେ କମାଲ ପ୍ରଦର୍ଶନ କରିଥିଲେ । ନୀରଜ ଏଠାରେ ୮୮.୬୭ ମିଟର ଥ୍ରୋ କରି ସ୍ୱର୍ଣ୍ଣପଦକ ଜିତିଥିଲେ । ନୀରଜ ଅଲମ୍ପିକରେ ସ୍ୱର୍ଣ୍ଣ ପଦକ ଜିତିବା ପରେ ଜୁରିକରେ ଡାଇମଣ୍ଡ ଲିଗରେ ୮୯.୬୩ ମିଟର ଥ୍ରୋ କରି ପ୍ରଥମ ସ୍ଥାନ ହାସଲ କରିଥିଲେ ।

Leave A Reply

Your email address will not be published.