ତକିଆ ଧରି ଏୟାରପୋର୍ଟରେ ପହଞ୍ଚିଲେ ଜାନଭୀ କପୁର, ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଜାନଭୀ କପୁରଙ୍କ ମନ ଏବେ ଆକାଶରେ ଉଡୁଛି, କାରଣ ଟଲିଉଡର ଡେବ୍ୟୁ କରିବା ସହିତ ଦେବେରାରେ ଜୁନିୟର NTRଙ୍କ ସହିତ କାମ କରିବାର ଇଚ୍ଛା ତାଙ୍କର ପୂରଣ ହୋଇଛି । ଜାନଭୀ କପୁର ମିଲିରେ ନିଜର ଚମତ୍କାର ଅଭିନୟ ପ୍ରଦର୍ଶନ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିବା ପରେ ଏବେ ଏହି ଫିଲ୍ମକୁ ନେଇ ପ୍ରଶଂସକମାନଙ୍କ ମଧ୍ୟରେ ଆଶା ଆହୁରୀ ଅଧିକ ବଢିଯାଇଛି । ଜାନଭୀ ନିଜ ଫିଟନେସ୍ କୁ ନେଇ ବେଶ୍ ଜଣାଶୁଣା ଏବଂ ସେ ଅନ୍ୟମାନଙ୍କୁ ପ୍ରେରଣା ଦେବାଭଳି ନିଜ ବ୍ୟାୟାମ ଭିଡିଓ ସେୟାର କରିଥାନ୍ତି। ତେବେ ତାଙ୍କ ପ୍ରଶଂସକ ମାନେ ସବୁବେଳେ ତାଙ୍କ ଲୁକ୍ ରେ ପାଗଳ ହୋଇଥାନ୍ତି । ସେ ସାଢୀ ହେଉ କିମ୍ବା କୌଣସି ବୋଲ୍ଡ ପୋଷାକ ହେଉ ସବୁଥିରେ ସେ ଖୁବ୍ ସୁନ୍ଦର ଦେଖାଯାଇଥାନ୍ତି । ତେବେ ଇଣ୍ଟରନେଟରେ ଏହି ଅଭିନେତ୍ରୀଙ୍କ ଏକ ଭିଡିଓ ଏବେ ସାମ୍ନାକୁ ଆସିବା ପରେ ସଭିଏଁ ଚକିତ ହୋଇଯାଇଛନ୍ତି । ଜାନଭୀ ବିମାନ ବନ୍ଦରରେ ଏକ ତକିଆ ଧରି ଥିବାର ନଜର ଆସିଛନ୍ତି । ଭାଇରାଲ ଭିଡିଓଟି ଇନଷ୍ଟାଗ୍ରାମରେ ସେୟାର ହେବା ପରେ ଏହାକୁ ଦେଖି ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି । ଭିଡିଓରେ ଦେଖିବାକୁ ମିଳିଛି ଯେ ଜାନଭୀ କାରରୁ ଓହ୍ଲାଇବା ପରେ ଜଣେ ବ୍ୟକ୍ତିଙ୍କଠାରୁ ତକିଆ ନେଇଥିଲେ । ସେ ଗୋଟିଏ ହାତରେ ତକିଆ ଧରିଥିବା ବେଳେ ସେ ତାଙ୍କର ଆଉ ଏକ ହାତରେ ହ୍ୟାଣ୍ଡବ୍ୟାଗ ଏବଂ ଷ୍ଟଲ୍ ଧରିଥିଲେ ।

Leave A Reply

Your email address will not be published.