ତେଜୁଛି ଜଳଛାୟା ପ୍ରକଳ୍ପ ଗଠନ ବିବାଦ..

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ରାଇକିଆ ବ୍ଳକ କରଡା ଗ୍ରାମରେ ତେଜୁଛି ଜଳଛାୟା ପ୍ରକଳ୍ପ ଗଠନ ବିବାଦ । ଜଳଛାୟା ପ୍ରକଳ୍ପ କମିଟି ଗଠନକୁ କେନ୍ଦ୍ରକରି ପ୍ରତାପ ପ୍ରଧାନଙ୍କ ତତ୍ୱାବଧାନ୍ ରେ ରାଇକିଆ ବ୍ଳକ କରଡା ଗ୍ରାମର ଶତାଧିକ ଲୋକ ଆସି ଜିଲ୍ଲାପାଳ ମୋହଦୟଙ୍କୁ ଭେଟି ଜଳଛାୟା ପ୍ରକଳ୍ପକୁ ନେଇ ଉପୁଜିଥିବା ସମସ୍ୟା ବାବଦରେ ଜିଲ୍ଲାପାଳଙ୍କୁ ଲିଖିତ ଭାବରେ ଜଣାଇଥିଲେ । ଏବଂ ସେମାନଙ୍କର ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ ମଧ୍ୟ କରିଥିଲେ । ପରେ ପରେ ପ୍ରତାପ ପ୍ରଧାନଙ୍କ ସମେତ ଶତାଧିକ ଗ୍ରାମବାସୀ କନ୍ଧମାଳ ପିପୁଲସ୍ ଫୋରମର ସଭାପତି ରାଧାମୋହନ ମହାପାତ୍ର ମୋହଦୟଙ୍କୁ ଭେଟି ସମସ୍ୟାର ସମାଧାନ ନିମନ୍ତ ପ୍ରୟାସ କରିବାକୁ ଅନୁରୋଧ ମଧ୍ୟ କରିଥିଲେ । ପରେ ସଭାପତି ରାଧା ମୋହନ ମହାପାତ୍ର ମଧ୍ୟ କିଭଳି ଉପୁଜିଥିବା ସମସ୍ୟାର ସ୍ଥାୟୀ ସମାଧାନ ହେବ ସେନେଇ ସମ୍ପୁଣ୍ଣ ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ।

Leave A Reply

Your email address will not be published.