ଆସନ୍ତା କାଲି ରିଲିଜ ହେବ ଓଡ଼ିଆ ଫିଲ୍ମ ପ୍ରୀତି ବନ୍ଧନ

ଫୁଲବାଣୀ : ଆସନ୍ତା କାଲି ଶ୍ରଦ୍ଧାଞ୍ଜଳି ଫିଲ୍ମ ହଲ ଫୁଲବାଣୀ ସମେତ ସାରା ରାଜ୍ୟର ସିନେମା ହଲ୍ ରେ ମୁକ୍ତି ଲାଭ କରିବ ବହୁ ପ୍ରତିକ୍ଷିତ ଓଡ଼ିଆ ଫିଲ୍ମ ‘ପ୍ରୀତି ବନ୍ଧନ’ । ବିଶେଷ କରି ପ୍ରେମ କାହାଣୀକୁ ଆଧାର କରି ନିର୍ମିତ ହୋଇଛି ନୂଆ ଓଡ଼ିଆ ଫିଲ୍ମ ‘ପ୍ରୀତି ବନ୍ଧନ’ ।ନେକ୍ସଟ୍‌ଡୋର ଫିଲ୍ମସ୍ ବ୍ୟାନରରେ ପ୍ରସ୍ତୁତ ଏହି ଫିଲ୍ମ ଓଡିଆ ଘରର କଥାବସ୍ତୁ ଉପରେ କାହାଣୀ ଗତିଶୀଳ ହୋଇଛି । ଏଥିରେ ଆମ ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରାର ଝଲକ ଦର୍ଶକ ଦେଖିବାକୁ ପାଇବେ ବୋଲି କୁହନ୍ତି ଏହାର ପ୍ରଯୋଜକ ପ୍ରଶାନ୍ତ କୁମାର ନାୟକ ଓ ନରେନ୍ଦ୍ର ପାତ୍ର । ଏଥିରେ ନିର୍ଦ୍ଦେଶକ ରାଶେସ ମହାନ୍ତି ନିର୍ଦ୍ଦେଶନା ଦେଇଛନ୍ତି । ଫିଲ୍ମର ଗୀତଗୁଡିକୁ ସ୍ୱରରେ ସଜାଇଛନ୍ତି ଅଭିଜିତ ମଜୁମଦାର ଓ ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ସୃତି ଆର ଓ ସୁଧାକର ବସନ୍ତ । ତେବେ ଆସନ୍ତା କାଲି ଠାରୁ ଆପଣ ମାନେ ଦିନ ୧୧ ରୁ ୨ ନୁନ ସୋ ସହିତ ଦିନ ୨ରୁ ୫ ମୁନ ସୋ ଶ୍ରଦ୍ଧାଞ୍ଜଳି ଫିଲ୍ମ ହଲ ଫୁଲବାଣୀରେ ଦେଖି ପାରିବେ ।

Leave A Reply

Your email address will not be published.