ଡ୍ୟାମ୍‌ ବି‌ସ୍ଫୋରଣ: ୟୁ‌କ୍ରେନ ବନ୍ୟାରେ ୧୦ ଜଣଙ୍କ ମୃତ୍ୟୁ

ମସ୍କୋ : ୟୁକ୍ରେନର କାଖୋବକା ଡ୍ୟାମକୁ ବିସ୍ଫୋରଣରେ ଗତ ମଙ୍ଗଳବାର ଉଡ଼ାଇ ଦିଆଯାଇଛି। ଏଥିଯୋଗୁ ସେଠାରେ ଭୟଙ୍କର ବନ୍ୟା ଦେଖାଦେଇଛି। ବନ୍ୟାରେ ଆଜି ସୁଦ୍ଧା ୧୦ ଜଣଙ୍କର ମୃତ୍ୟୁ ହୋଇଛି। ଆସନ୍ତା ଏକ ସପ୍ତାହରୁ ଅଧିକ ସମୟ ପାଇଁ ଜଳସ୍ତର ବୃଦ୍ଧି ପାଇବ ବୋଲି ଆଶଙ୍କା ବ୍ୟକ୍ତ କରାଯାଇଛି। ଖେରସନ ଅଞ୍ଚଳର ରୁଷ୍‌ ମୁଖ୍ୟ ଭ୍ଲାଦିମିର ସାଲଦୋ ଟେଲିଗ୍ରାମରେ ଏହି ସୂଚନା ଦେଇଛନ୍ତି।ଉକ୍ତ ବନ୍ୟା ଯୋଗୁ ୧୭ଟି ବସତିରେ ୨୨,୨୭୩ଟି ଘର ପ୍ରଭାବିତ କରିଛି। ଡ୍ୟାମ ବିସ୍ଫୋରଣ ପରେ ବନ୍ୟା ହେବା ଦିନଠାରୁ ବର୍ତ୍ତମାନ ସୁଦ୍ଧା ୫୮୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ମଧ୍ୟରେ ୨୪୩ ଜଣ ଶିଶୁ ରହିଛନ୍ତି। ଏହି ଅଞ୍ଚଳରେ ୟୁକ୍ରେନ ସୈନ୍ୟ ଗୁଳିଗୋଳା ମାଡ଼ ଜାରି ରଖିଥିବାରୁ ଉଦ୍ଧାର କାର୍ଯ୍ୟ ଜଟିଳ ହୋଇପଡ଼ିଛି ବୋଲି ସାଲଦୋ କହିଛନ୍ତି। ତେବେ ନିପୋ ନଦୀର ଡ୍ୟାମ ବିସ୍ଫୋରଣ ଘଟଣାରେ ଉଭୟ ରୁଷ ଏବଂ ୟୁକ୍ରେନ ପରସ୍ପରକୁ ଦୋଷାରୋପ କରୁଛନ୍ତି।

Leave A Reply

Your email address will not be published.