କୋରିଅର୍‌ରେ ସିମ୍ ଚାଲାଣ, ୨୫ ଲକ୍ଷର କାରବାର!

କଟକ: ପୁରୀରେ ରହି ଦିଲ୍ଲୀ ଓ ଆସାମକୁ ପ୍ରିଆକ୍ଟିଭେଟେଡ୍ ସିମ୍‌କାର୍ଡ ଦୁଇ କାର୍ପଟଦାର ବିଶ୍ବଜିତ ପ୍ରଧାନ ଓ ଜ୍ଞାନରଞ୍ଜନ ପାତ୍ର ଓରଫ ଜ୍ଞାନ କୋରିଅର୍ ମାଧ୍ୟମରେ ପଠାଇଥିଲେ। ଏହି ସିମକାର୍ଡ ବାବଦ ପାଖାପାଖି ୨୫ ଲକ୍ଷ ଟଙ୍କା ରୋଜଗାର କରିଥିବା କୁହାଯାଉଛି। ପ୍ରତି ସିମ୍‌କାର୍ଡ ପିଛା ଏମାନେ ୨୦୦ରୁ ୫୦୦ ଟଙ୍କା ଯାଏ ବିକ୍ରି କରିଥିବା ପୁଲିସକୁ କହିଛନ୍ତି। ଏମାନେ ଗଲା ୮ ମାସ ମଧ୍ୟରେ ପାଖାପାଖି ୫ ହଜାର ସିମ୍‌କାର୍ଡ ବିକ୍ରି କରିଛନ୍ତି। ସେହି କ୍ରମରେ ଏଭଳି ଆକଳନ କରାଯାଉଛି। ତେବେ ଜ୍ଞାନ ଓ ବିଶ୍ବଜିତ ରାଜ୍ୟ ବାହାରୁ ଫୋନ୍ ପେ ମାଧ୍ୟମରେ ଏହି ଟଙ୍କା ଆଣିବା ପରେ ଅନ୍ୟ ୬ ସହଯୋଗୀଙ୍କୁ ବାଣ୍ଟୁଥିଲେ। ତେଣୁ ପୁଲିସ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରି ଆର୍ଥିକ କାରବାର ସମ୍ପର୍କିତ ସତ୍ୟାସତ୍ୟ ସାମ୍‌ନାକୁ ଆଣିବାକୁ ଯାଉଛି। ସାଇବର୍ ଠକ ନିଜକୁ ସିଆଇଏସ୍‌ଏଫ୍‌ କର୍ମଚାରୀ ପରିଚୟରେ କଟକର ଜଣେ ଘର ମାଲିକଙ୍କ ୫୭ ହଜାର ଟଙ୍କା ଠକେଇ ଘଟଣାର ଆହୁରି ଗୁରୁତ୍ବପୂର୍ଣ୍ଣ ତଥ୍ୟ ତଦନ୍ତ ସମୟରେ ଜଣାପଡ଼ିଛି। ଏହି ମାମଲାର ତଦନ୍ତ ସମୟରେ ଦୁଇଟି ମୋବାଇଲ୍ ନମ୍ବର ସ୍କାନ୍‌ରୁ ଆସିଥିଲା। ଏହି ଦୁଇଟି ନମ୍ବର ପୁରୀ ଜିଲ୍ଲା ସଦର ଥାନା ଆମପଡ଼ାର ଜ୍ଞାନରଞ୍ଜନ ପାତ୍ର ଓରଫ ଜ୍ଞାନ ଆକ୍ଟିଭ୍‌ କରିଥିବା ତଦନ୍ତ ସମୟରେ ଜଣାପଡ଼ିଥିଲା। ଆଇଏମ୍‌ଆଇ ନମ୍ବର ଯାଞ୍ଚ ସମୟରେ ଗୋଟିଏ ଆଇଏମ୍‌ଆଇ ନମ୍ବର ମାଧ୍ୟମରେ ଗଲା ଦୁଇମାସ ମଧ୍ୟରେ ୧୨ ଶହ ସିମ୍‌କାର୍ଡ ଆକ୍ଟିଭ୍‌ କରାଯାଇଥିଲା। ଏଥିରୁ ୫୦୦ ସିମ୍‌କାର୍ଡ ଆସାମ ଦେଇ ରାଜସ୍ଥାନ ଚାଲାଣ ହୋଇଥିଲା। ଏହିସବୁ ସିମ୍ ରାଜସ୍ଥାନରେ ବ୍ୟବହାର ହେଉଥିଲା। ଜ୍ଞାନ ଯେଉଁ ମୋବାଇଲ୍‌ରେ ୧୨ ଶହ ସିମ୍‌କାର୍ଡ ଆକ୍ଟିଭ୍ କରିଥିଲା ଉକ୍ତ ମୋବାଇଲ୍ ଆସାମ ଯାଇଥିବା ବେଳେ ପୁଣି ଓଡ଼ିଶା ଫେରିଥିବା ଜଣାପଡ଼ିଛି। ଯାଞ୍ଚ ସମୟରେ ଜ୍ଞାନ ଅନଲାଇନ୍ ଗେମିଂ ଆପ୍ଲିକେସନ୍‌ ମାଧ୍ୟମରେ ଜଣେ ଆସାମ ଗୌହାଟୀର ଯୁବକ ସଂପର୍କରେ ଆସିଥିଲା। ପରେ ଏକ ଟେଲିଗ୍ରାମ୍ ଗ୍ରୁପ ମାଧ୍ୟମରେ ସମ୍ପର୍କ ବଢ଼ାଇଥିଲା। ସମ୍ପର୍କ ବଢ଼ାଇବା ପରେ ଗୌହାଟୀର ଯୁବକ ଗଲା ୨୦୨୨ ଡିସେମ୍ବରରେ ଜ୍ଞାନକୁ ଗୌହାଟୀ ଡାକିଥିଲା। ସେଠାରେ ଜ୍ଞାନ ଦିନିକିଆ ତାଲିମ୍ ବି ନେଇଥିଲା। ମୋବାଇଲ୍ ନମ୍ବରରେ ଓଟିପି କିଭଳି ସେୟାର୍‌ ହେବ, ଵାଲେଟ୍ କିଭଳି ପ୍ରସ୍ତୁତ ହେବ ଇତ୍ୟାଦ ସମ୍ପର୍କରେ ଜ୍ଞାନ ସମ୍ପୃକ୍ତ ଯୁବକ ନିକଟରୁ ତାଲିମ୍ ନେଇଥିଲା। ସେଠୁ ଫେରିବା ପରେ ଜ୍ଞାନ ପୁରୀ ଜିଲ୍ଲାରେ ନିଜର କାରବାର ଆରମ୍ଭ କରିଦେଇଥିଲା। ତା ଗ୍ୟାଙ୍ଗରେ ପୁରୀ ବାସେଳୀସାହିର ବାବୁନା ଦାସ ଓରଫ ବାବୁ, କୁଣ୍ଢେଇବେଣ୍ଟସାହିର ରାକେଶ କୁମାର ନାୟକ ଓରଫ କାଳିଆ, ପେଣ୍ଠକଟାର ଜ୍ୟୋତିରଞ୍ଜନ ସାହୁ ଓରଫ ପିଣ୍ଟୁ, ସଦର ନୂଆସାହିର ମହାବୀର ଦାସ, ସତ୍ୟବାଦୀର ବିଶ୍ବଜିତ୍‌ ଷଡ଼ଙ୍ଗୀ ଓରଫ ବିଶ୍ବ, ସୌମ୍ୟରଞ୍ଜନ ଖଣ୍ଡାୟତରାୟ ଓରଫ ଡୁଗୁଲ, ନିମାପଡ଼ାରେ ରହୁଥିବା ନୟାଗଡ଼ ରଣପୁରର ବିଶ୍ବଜିତ୍‌ ପ୍ରାଧାନ ଓରଫ ବିଶ୍ବ ଯୋଡ଼ି ହୋଇଥିଲେ। ଜ୍ଞାନକୁ ବାଦ୍ ଦେଲେ ଏମାନେ ସମସ୍ତେ ସିମ୍‌କାର୍ଡ ଆକ୍ଟିଭ୍ କରୁଥିଲେ। ଏହି ଗ୍ୟାଙ୍ଗରେ ଜ୍ଞାନର ସମସ୍ତ ସହଯୋଗୀ ଜିଓ କମ୍ପାନିରେ କାମ କରନ୍ତି। ଅଭିଯୁକ୍ତମାନଙ୍କୁ ଶନିବାର କୋର୍ଟ ଚାଲାଣ କରାଯାଇଛି। ଏମାନଙ୍କ ମଧ୍ୟରୁ ଜ୍ଞାନ ଓ ବିଶ୍ବଜିତ ପ୍ରଧାନଙ୍କୁ ଦିନିକିଆ ରିମାଣ୍ଡ ପାଇଁ ଜେଏମ୍‌ଏଫ୍‌ସି-୧ କୋର୍ଟରେ ଆବେଦନ କରାଯିବ। ଏହି ରିମାଣ୍ଡ ଅବଧି ସମୟରେ ଆର୍ଥିକ କାରବାର ସମ୍ପର୍କରେ ତଥ୍ୟ ମଗାଯିବ। ଏହାବାଦ୍ ୫ ହଜାର ସିମ୍‌କାର୍ଡର ସମସ୍ତ ସିଡିଆର୍ ଆଣିବାକୁ ପୁଲିସ ମୋବାଇଲ ସେବା ପ୍ରଦାନକାରୀ ସଂସ୍ଥା ସହିତ ଯୋଗାଯୋଗ କରିଛି। ଯାଞ୍ଚ ସମୟରେ ଜ୍ଞାନ ଅନଲାଇନ୍ ଗେମିଂ ଆପ୍ଲିକେସନ୍‌ ମାଧ୍ୟମରେ ଜଣେ ଆସାମ ଗୌହାଟୀର ଯୁବକ ସଂପର୍କରେ ଆସିଥିଲା। ପରେ ଏକ ଟେଲିଗ୍ରାମ୍ ଗ୍ରୁପ ମାଧ୍ୟମରେ ସମ୍ପର୍କ ବଢ଼ାଇଥିଲା। ସମ୍ପର୍କ ବଢ଼ାଇବା ପରେ ଗୌହାଟୀର ଯୁବକ ଗଲା ୨୦୨୨ ଡିସେମ୍ବରରେ ଜ୍ଞାନକୁ ଗୌହାଟୀ ଡାକିଥିଲା। ସେଠାରେ ଜ୍ଞାନ ଦିନିକିଆ ତାଲିମ୍ ବି ନେଇଥିଲା। ମୋବାଇଲ୍ ନମ୍ବରରେ ଓଟିପି କିଭଳି ସେୟାର୍‌ ହେବ, ଵାଲେଟ୍ କିଭଳି ପ୍ରସ୍ତୁତ ହେବ ଇତ୍ୟାଦ ସମ୍ପର୍କରେ ଜ୍ଞାନ ସମ୍ପୃକ୍ତ ଯୁବକ ନିକଟରୁ ତାଲିମ୍ ନେଇଥିଲା। ସେଠୁ ଫେରିବା ପରେ ଜ୍ଞାନ ପୁରୀ ଜିଲ୍ଲାରେ ନିଜର କାରବାର ଆରମ୍ଭ କରିଦେଇଥିଲା। ତା ଗ୍ୟାଙ୍ଗରେ ପୁରୀ ବାସେଳୀସାହିର ବାବୁନା ଦାସ ଓରଫ ବାବୁ, କୁଣ୍ଢେଇବେଣ୍ଟସାହିର ରାକେଶ କୁମାର ନାୟକ ଓରଫ କାଳିଆ, ପେଣ୍ଠକଟାର ଜ୍ୟୋତିରଞ୍ଜନ ସାହୁ ଓରଫ ପିଣ୍ଟୁ, ସଦର ନୂଆସାହିର ମହାବୀର ଦାସ, ସତ୍ୟବାଦୀର ବିଶ୍ବଜିତ୍‌ ଷଡ଼ଙ୍ଗୀ ଓରଫ ବିଶ୍ବ, ସୌମ୍ୟରଞ୍ଜନ ଖଣ୍ଡାୟତରାୟ ଓରଫ ଡୁଗୁଲ, ନିମାପଡ଼ାରେ ରହୁଥିବା ନୟାଗଡ଼ ରଣପୁରର ବିଶ୍ବଜିତ୍‌ ପ୍ରାଧାନ ଓରଫ ବିଶ୍ବ ଯୋଡ଼ି ହୋଇଥିଲେ। ଜ୍ଞାନକୁ ବାଦ୍ ଦେଲେ ଏମାନେ ସମସ୍ତେ ସିମ୍‌କାର୍ଡ ଆକ୍ଟିଭ୍ କରୁଥିଲେ। ଏହି ଗ୍ୟାଙ୍ଗରେ ଜ୍ଞାନର ସମସ୍ତ ସହଯୋଗୀ ଜିଓ କମ୍ପାନିରେ କାମ କରନ୍ତି। ଅଭିଯୁକ୍ତମାନଙ୍କୁ ଶନିବାର କୋର୍ଟ ଚାଲାଣ କରାଯାଇଛି। ଏମାନଙ୍କ ମଧ୍ୟରୁ ଜ୍ଞାନ ଓ ବିଶ୍ବଜିତ ପ୍ରଧାନଙ୍କୁ ଦିନିକିଆ ରିମାଣ୍ଡ ପାଇଁ ଜେଏମ୍‌ଏଫ୍‌ସି-୧ କୋର୍ଟରେ ଆବେଦନ କରାଯିବ। ଏହି ରିମାଣ୍ଡ ଅବଧି ସମୟରେ ଆର୍ଥିକ କାରବାର ସମ୍ପର୍କରେ ତଥ୍ୟ ମଗାଯିବ। ଏହାବାଦ୍ ୫ ହଜାର ସିମ୍‌କାର୍ଡର ସମସ୍ତ ସିଡିଆର୍ ଆଣିବାକୁ ପୁଲିସ ମୋବାଇଲ ସେବା ପ୍ରଦାନକାରୀ ସଂସ୍ଥା ସହିତ ଯୋଗାଯୋଗ କରିଛି। ଜ୍ଞାନର ସହଯୋଗୀ ବିଶ୍ବଜିତ ପ୍ରଧାନ ପୁରୀ ସହରରେ ରାସ୍ତା କଡ଼ରେ ଛତା ମାରି ସିମ୍ କାର୍ଡ ବିକ୍ରି କରେ। ବିକ୍ରି ସମୟରେ ପୁରୀ ବୁଲିଆସିଥିବା ଦିଲ୍ଲୀର ଜଣେ ଯୁବକ ସହିତ ବିଶ୍ବଜିତର ପରିଚୟ ହୋଇଥିଲା। ସମ୍ପୃକ୍ତ ଯୁବକ ଜଣକ ପ୍ରିଆକ୍ଟିଭ ସିମ୍ କାର୍ଡ ଦେବା ବାବଦ ଟଙ୍କା ଲୋଭ ଦେଖାଇଥିଲେ। ଟଙ୍କା ଲୋଭରେ ବିଶ୍ବଜିତ ଫସିଯଇଥିଲା। ଏହି ଯୁବକ ଜଣକ ପ୍ରତି ମାସରେ ସିମ୍ କାର୍ଡ ନେବାକୁ ପୁରୀ ଆସେ। ଜ୍ଞାନ ଓ ବିଶ୍ବଜିତ ବି ଅନେକ ସମୟରେ କୋରିଆରରେ ସିମକାର୍ଡ ପଠାନ୍ତି। ଜ୍ଞାନ ଓ ବିଶ୍ବଜିତଙ୍କୁ ସେମାନଙ୍କ ସହଯୋଗୀ ଆକ୍ଟିଭ୍ ସିମ୍ କାର୍ଡ ଯୋଗାଉଥିଲେ। ଜ୍ଞାନ ନିଜେ ସିମ କାର୍ଡ ବିକ୍ରି କରିବା ସହିତ ଆଉ କିଛି ଆକ୍ଟିଭ୍ ସିମ୍ କାର୍ଡ ରଖି ସେଥିରୁ ନିଜେ ଓଟିପି କାଢ଼ିବା ସହିତ ଵାଲେଟ୍ ତିଆରି କରି ଏହାକୁ ବିକ୍ରି କରୁଥିଲା। ଆଉ କିଛି ଗେମ୍ ଆପରେ ଆକ୍ଟିଭେଟେଡ୍ ନମ୍ବର ବ୍ୟବହାର କରି ଏହାକୁ ପଞ୍ଜିକରଣ କରୁଥିଲା। ଏଥିରେ ଓଟିପି ବି ସେୟାର କରୁଥିଲା। ପରେ ଏହାକୁ ଆସାମର ଯୁବକକୁ ବିକ୍ରି କରିଦେଉଥିଲା। ଗଲା ୮ ମାସ ମଧ୍ୟରେ ଏହି ୮ ଜଣ ୫ ହଜାର ସିମକାର୍ଡ ରାଜ୍ୟ ବାହାରେ ବିକ୍ରି କରିଛନ୍ତି। ଏହି ସିମ୍ କାର୍ଡ ରାଜସ୍ଥାନ, ଉତ୍ତରପ୍ରଦେଶ, ହରିୟାନା, ଦିଲ୍ଲୀରେ କାରବାର ହେଉଥିବା ସାଇବର୍ ଥାନା ତଦନ୍ତ ସମୟରେ ଜାଣିବାକୁ ପାଇଛି।

Leave A Reply

Your email address will not be published.