ଫସର ଫାଟିଲା ଆମ୍ବ ମେଳା: ଗ୍ରାହକ ନଥିବା ଯୋଗୁଁ ଆଶାନୁରୂପ ବିକ୍ରି ନୋହିଲା

ରାୟଗଡା: ରାୟଗଡା ଜିଲ୍ଲାର ଆମ୍ବ ଚାଷୀଙ୍କର ଆମ୍ବକୁ କିପରି ବଜାର ମିଳିବ ଏବଂ ଚାଷୀ ନିଜର ଆମ୍ବର ଉଚିତ ମୂଲ୍ୟ ପାଇପାରିବେ ସେନେଇ ଓରମାସ ତରଫରୁ ଆମ୍ବ ମେଳାର ଆୟୋଜନ କରାଯାଇ ଚାଷୀଙ୍କ ଠାରୁ ଆମ୍ବ ଖରିଦ କରାଯାଇ ଏଠାରେ ବିଭିନ୍ନ ଏସଏଚଜିକୁ ଆମ୍ବ ବିକ୍ରି କରାଯାଇଥିଲା। ଆଉ କିଛି ଏସଏଚଜି ବିଭିନ୍ନ ଅଂଚଳରୁ ଆମ୍ବ କିଣି ଆଣି ଏହି ଆମ୍ବ ମେଳାରେ ଆମ୍ବ ବିକ୍ରି ଅଧିକା ଲାଭ ପାଇବାର ଯେଉଁ ଆଶା କରିଥିଲେ ସେଥିରେ ଅସଫଳ ହେଲେ ବୋଲି ଆଲୋଚନା ହେଉଛି। ଗତ ୬ ତାରିଖରୁ ଆରମ୍ଭ ହୋଇଥିବା ଆମ୍ବ ମେଳା ଶନିବାର ଶେଷ ହୋଇଛି। ୫ ଦିନ ଧରି ଚାଲିଥିବା ଏହି ଆମ୍ବ ମେଳା ଫସର ଫାଟିଲା ବୋଲି ଆଲୋଚନା ଜୋର ଧରିଛି। ପ୍ରଚାର ପ୍ରସାର ନହେବା ଯୋଗୁଁ ଲୋକେ ଆମ୍ବ ମେଳା ସଂପର୍କରେ ଅବଗତ ହୋଇପାରିଲେ ନାହିଁ। ଫଳରେ ଆମ୍ବ ମେଳାରେ ଗ୍ରାହକ ଶୂନ୍ୟ ହେଉଥିବା ଲକ୍ଷ୍ୟ କରାଯାଇଥିଲା।ପୁଣି ଏସଏଚଜିମାନେ ଓରମାସ ଠାରୁ ୩୦ ଟଂକାରେ କିଲୋ ପ୍ରତି ଆମ୍ବ କିଣି ୫୦ ଟଂକାରେ ଆମ୍ବ ବିକ୍ରି କରୁଥିବାରୁ କାଁ ଭାଁ ଆସୁଥିବା ଲୋକେ ମଧ୍ୟ ମେଳାକୁ ଆସି ଖାଲି ହାତରେ ଫେରୁଥିବା ଲକ୍ଷ୍ୟ କରାଯାଇଥିଲେ। ବଜାରରେ କମ୍ ଦାମରେ ଆମ୍ବ ମିଳୁଥିବା ବେଳେ ଆମ୍ବ ମେଳାରେ ଚଢା ଦରରେ ଆମ୍ବ ବିକ୍ରି ଯୋଗୁଁ ଆମ୍ବ ଆଶାନୁରୂପ ବିକ୍ରି ହୋଇପାରିନଥିବା କୁହାଯାଇଛି। କିନ୍ତୁ ବିଭାଗ ଯତେଷ୍ଟ ଆମ୍ବ ବିକ୍ରି କରୁଥିବା କହିଛି।୨୫୦ କ୍ବିଣ୍ଟାଲରୁ ଅଧିକା ଆମ୍ବ ବିକ୍ରି କରୁଥିବା ବିଭାଗ ଡିଣ୍ଡିମ ପିଟୁଥିବା ବେଳେ ଏତେ ଆମ୍ବ ଏହି ମେଳାକୁ ହିଁ ଆସିନଥିବା ଦେଖିବାକୁ ମିଳିଛି।

Leave A Reply

Your email address will not be published.