ଲ୍ୟାଣ୍ଡଫଲ ପୂର୍ବରୁ ‘ବିପର୍ଯ୍ୟୟ’ ରଚୁଛି ତାଣ୍ଡବ, ପ୍ରବଳ ବର୍ଷା ସହିତ ଅଶାନ୍ତ ସମୁଦ୍ର

ଜଖାଓ: ଆଉମାତ୍ର କେତେ ଘଣ୍ଟା ପରେ ଗୁଜରାଟର ଜଖାଓ ଠାରେ ଲ୍ୟାଣ୍ଡଫଲ କରିବାକୁ ଯାଉଛି । ହେଲେ ଏବେଠାରୁ ସମୁଦ୍ର ଭିତରେ ୨ରୁ ୩ମିଟର ଉଚ୍ଚରେ ଲହଡି ଉଠିବା ସହ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଛି । ବିପର୍ଯ୍ୟୟ ଗୁଜରାଟରୁ ଏବେ ୧୮୦ କିଲୋମିଟର ଦୂରରେ ରହିଛି । ହେଲେ ଏବେଠାରୁ ଗୁଜରାଟର କଚ୍ଛ, ମାଣ୍ଡବୀ ସମେତ ଅନେକ ଅଞ୍ଚଳରେ ତୀବ୍ର ଗତିରେ ପବନ ଆରମ୍ଭ ହୋଇଯାଇଛି । ପାଣିପାଗ ବିଭାଗର ସୂଚନା ମୁତାବକ ଏହି ବାତ୍ୟା ଅତ୍ୟାଧିକ ଶକ୍ତିଶାଳୀ । ବିପର୍ଯ୍ୟୟ ଗୁଜରାଟର କଚ୍ଛ ନିକଟରେ ଥିବା ଜଖାଓ ବନ୍ଦର ନିକଟରେ ଲ୍ୟାଣ୍ଡଫଲ କରିବା ପରେ ସେଠାରେ ଅନେକ କ୍ଷତି ଘଟାଇବ । ଏହାପରେ ମୁମ୍ବାଇରେ ବି ଏହାର ପ୍ରଭାବ ଦେଖିବାକୁ ମିଳିବ ।ବିପର୍ଯ୍ୟୟ ଯେତେବେଳେ ଜଖାଓ ବନ୍ଦର ନିକଟରେ ଲ୍ୟାଣ୍ଡଫଲ କରିବ ସେତେବେଳେ ପବନର ବେଗ ଘଣ୍ଟା ପ୍ରତି ୧୫୦ କିଲୋମିଟରରୁ ଅଧିକ ରହିବ ବୋଲି ପୂର୍ବାନୁମାନ କରାଯାଉଛି । ଲ୍ୟାଣ୍ଡଫଲ ପୂର୍ବରୁ ବାତ୍ୟା ବିପର୍ଯ୍ୟୟର ପ୍ରଭାବ ଗୁଜରାଟର କଚ୍ଛ, ଦେବଭୂମୀ ଦ୍ୱାରକା ଓ ଜାମନଗର ଅଞ୍ଚଳରେ ଅଧିକ କ୍ଷତି କରିବ ।

Leave A Reply

Your email address will not be published.