ମାନସ ମଙ୍ଗରାଜ ବ୍ରହ୍ମପୁର ଲୋକସଭା କ୍ଷେତ୍ର ପର୍ଯ୍ୟବେକ୍ଷକ

ଭୁବନେଶ୍ୱର: ବିଜୁ ଜନତା ଦଳ ପାଇଁ ଅଧିକ ଗୁରୁତ୍ୱ ବହନ କରୁଥିବା ବ୍ରହ୍ମପୁର ଲୋକସଭା କ୍ଷେତ୍ର ପାଇଁ ଦଳୀୟ ପର୍ଯ୍ୟବେକ୍ଷକ ଭାବେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ନିଯୁକ୍ତ ହୋଇଛନ୍ତି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ତାଙ୍କୁ ଏହି ଗୁରୁ ଦାୟିତ୍ୱ ଦେଇଛନ୍ତି । ଶ୍ରୀ ମଙ୍ଗରାଜଙ୍କ ସମେତ ସମୁଦାୟ ୫ ଜଣ ପର୍ଯ୍ୟବେକ୍ଷକ ଏବଂ ଜଣେ ସହ ପର୍ଯ୍ୟବେକ୍ଷକଙ୍କୁ ମୁଖ୍ୟମନ୍ତ୍ରୀ ବିଭିନ୍ନ ନିର୍ବାଚନ କ୍ଷେତ୍ର ପାଇଁ ନିଯୁକ୍ତି ଦେଇଛନ୍ତି ।ଭୁବନେଶ୍ୱର ଲୋକସଭା କ୍ଷେତ୍ର ପାଇଁ ଶ୍ରୀମତୀ ଶ୍ରୀମୟୀ ମିଶ୍ରଙ୍କୁ ପର୍ଯ୍ୟବେକ୍ଷକ କରାଯାଇଛି । ସେହିଭଳି ଢ଼େଙ୍କାନାଳ ଏବଂ ହିନ୍ଦୋଳ ବିଧାନସଭା କ୍ଷେତ୍ର ପାଇଁ ବିଧାୟକ ସୁଶାନ୍ତ ରାଉତ, କେନ୍ଦୁଝର ଜିଲ୍ଲା ତେଲକୋଇ ବିଧାନସଭା କ୍ଷେତ୍ର ପାଇଁ ବିଧାୟକ ଅଶୋକ ବଳ ଏବଂ ପରଜଙ୍ଗ ଓ କାମାକ୍ଷନଗର ବିଧାନସଭା କ୍ଷେତ୍ର ପାଇଁ ଆଶିଷ ଚକ୍ରବର୍ତ୍ତୀଙ୍କୁ ପର୍ଯ୍ୟବେକ୍ଷକ କରାଯାଇଛି । ଅନୁଗୁଳ ଜିଲ୍ଲାର ସହ ପର୍ଯ୍ୟବେକ୍ଷକ ଭାବେ କୁନବିହାରୀ ଦାସ ନିଯୁକ୍ତି ପାଇଛନ୍ତି ।ବିଜେଡି ସଭାପତିଙ୍କ ଦ୍ୱାରା ଏହି ନିଯୁକ୍ତି ବିଜ୍ଞପ୍ତି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦ୍ୱାରା ଜାରି ହୋଇଛି ।

Leave A Reply

Your email address will not be published.