ବାତ୍ୟା ‘ବିପର୍ଯ୍ୟୟ’ର ତାଣ୍ଡବ : ଭାଙ୍ଗିଯାଇଛି ୫୨୪ ଗଛ, ଅନ୍ଧାର ଘେରରେ ୯୦୦ରୁ ଅଧିକ ଗାଁ; ବିଭିନ୍ନ ସ୍ଥାନରେ ଟ୍ରେନ ସେବା ପ୍ରଭାବିତ

ଗୁଜରାଟ : ମଝି ରାତିରେ ସ୍ଥଳଭାଗ ଛୁଇଁଲା ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ବିପର୍ଯ୍ୟୟ । ଗୁଜରାଟର ଜଖଉ ପୋର୍ଟ ନିକଟରେ ବାତ୍ୟା ସ୍ଥଳଭାଗ ଛୁଇଁଛି । ରାତି ପ୍ରାୟ ୧୨ଟା ପର୍ଯ୍ୟନ୍ତ ଜାରି ରହଥିଲା ଲ୍ୟାଣ୍ଡଫଲ ପ୍ରକ୍ରିୟା । ବାତ୍ୟା ପ୍ରଭାବରେ, ଗୁଜୁରାଟର ସୌରାଷ୍ଟ୍ର, କଚ୍ଛ, ମାଣ୍ଡୱି ସମେତ ବିଭିନ୍ନ ଅଂଚଳରେ ପ୍ରବଳ ବର୍ଷା ସାଂଗକୁ ଘଂଟା ପ୍ରତି ଶହେ କିଲୋମିଟର ପବନ ବହିଥିଲ । ସେହିପରି ବର୍ଷାର ପରିମାଣ ମଧ୍ୟ ଅଧିକ ରହିଥିଲା । ବାତ୍ୟାକୁ ନଜରରେ ରଖି, ଗୁଜରାଟର ୮ ଜିଲ୍ଲାର ତଳିଆ ଅଞ୍ଚଳରୁ ୧ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । କଚ୍ଛ, ଦ୍ୱାରକା, ରାଜକୋଟ, ଜାମନଗର ଏବଂ ପୋରବନ୍ଦରରେ ୧୭ ଏନଡିଆରଏଫ୍ ଏବଂ ୧୨ ଏସଡିଆରଏଫ୍ ଟିମ୍ ମୁତୟନ ହୋଇଛନ୍ତି । ବିଏସଏଫ ଓ ବାୟୁସେନାର ହେଲିକ୍ୟାପ୍ଟର ମୁତୟନ କରାଯାଇଛି । ରେସକ୍ୟୁ ଟିମ୍ ଭାଂଗି ପଡିଥିବା ଗଛ ଗୁଡିକୁ ହଟାଇବା କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି । ବାତ୍ୟା ପ୍ରଭାବରେ ୨ ଜଣଙ୍କ ମୃତ୍ୟୁ ହେବା ସହ ଅନ୍ୟ ୨୨ ଜଣ ଆହତ ହୋଇଥିବାର ଖବର ମିଳିଛି । ବାତ୍ୟା ଏବେ ସୌରାଷ୍ଟ୍ର-କଛ ଅଂଚଳର ନାଲିଆ ଠାରୁ ୩୦ କିଲୋମିଟର ଦୂରରେ ରହିଛି । ବାତ୍ୟା ଯୋଗୁଁ ଟ୍ରେନ୍ ସେବା ମଧ୍ୟ ପ୍ରଭାବିତ ହୋଇଛି । ପଶ୍ଚିମ ରେଳବାଇ ପକ୍ଷରୁ କୁହାଯାଇଛି ଯେ, ୯୯ଟି ଟ୍ରେନର ଚଳାଚଳ ସାମୟିକ ଭାବେ ରଦ୍ଦ କରାଯାଇଛି ।ସେହିପରି ବାତ୍ୟା ପ୍ରଭାବିତ ଅଂଚଳରେ ବିଦ୍ୟୁତ ସେବା ପ୍ରଭାବିତ ହୋଇଛି । ଗୁଜରାଟର ପ୍ରାୟ ଏକ ହଜାର ଗାଁରେ ବିଦ୍ୟୁତ ସେବାରେ ବ୍ୟାଘାତ ଘଟିଛି । ଏହା ଉତର ପୂର୍ବ ଭାଗକୁ ଗତି କରି ଦୁର୍ବଳ ହୋଇପଡ଼ିବ । ଆଜି ସଂଧ୍ୟା ବେଳେକୁ ଏହା ଦକ୍ଷିଣ ରାଜସ୍ଥାନ ପହଂଚିବା ସହ ଆହୁରି ଦୁର୍ବଳ ହୋଇ ଅବପାତର ରୂପ ନେଇପାରେ । ପ୍ରଧାନମନ୍ତ୍ରୀ ମୋଦୀ ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇ ସ୍ଥିତି ବୁଝିଛନ୍ତି ।

Leave A Reply

Your email address will not be published.