CBI ଉପରେ ବ୍ୟାନ୍ ଲଗାଇଲେ ତାମିଲନାଡୁ ସରକାର । ଜାଣନ୍ତୁ ଆଉ କେଉଁ ରାଜ୍ୟମାନଙ୍କରେ ରହିଛି ସିବିଆଇ ଉପରେ ରୋକ୍

ତାମିଲନାଡୁ : ତାମିଲନାଡୁ ଷ୍ଟାଲିନ୍ ସରକାର ମଧ୍ୟ ସିବିଆଇକୁ ଦିଆଯାଇଥିବା ‘ସାମାନ୍ୟ ସହମତି’କୁ ପ୍ରତ୍ୟାହାର କରିନେଇଛନ୍ତି । ଏଣିକିି ସିବିଆଇକୁ ତାମିଲନାଡୁରେ କୌଣସି ମାମଲାର ଯାଞ୍ଚ ପାଇଁ ରାଜ୍ୟ ସରକାରଙ୍କର ମଂଜୁରୀ ନେବାକୁ ପଡିବ ।ତାମିଲନାଡୁରେ ସିବିଆଇର ଏଣ୍ଟ୍ରି ଉପରେ ବ୍ୟାନ୍ ଲଗାଇଛନ୍ତି ଏଠିକାର ସରକାର । ତାମିଲନାଡୁ ପୂର୍ବରୁ ପଶ୍ଚିମବଙ୍ଗ ଏବଂ ବିହାରରେ ମଧ୍ୟ ସିବିିଆଇ ଉପରେ ବ୍ୟାନ୍ ଲଗାଇସାରିଛନ୍ତି । ତାମିଲନାଡୁ ଷ୍ଟାଲିନ୍ ସରକାର ଏଭଳି ନିଷ୍ପତ୍ତି ଏପରି ସମୟରେ ନେଇଛନ୍ତି ଯେତେବେଳେ ଏଠିକାର ଏକସାଇଜ୍ ମନ୍ତ୍ରୀ ସେନ୍ଥିଲ ବାଲାଜୀଙ୍କୁ ଗିରଫ କରିନେଇଛି ପ୍ରବର୍ତ୍ତନ ମନ୍ତ୍ରଣାଳୟ । ବାଲାଜୀଙ୍କୁ ମନି ଲଣ୍ଡିଂ୍ର ମାମଲାରେ ଇଡି ଗିରଫ କରିଛି ।ତାମିଲନାଡୁ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି  ଆଦେଶରେ ଉଲ୍ଲେଖ ଅଛି ଯେ, ଦିଲ୍ଲୀ ପୁଲିସ ଏଷ୍ଟାବ୍ଲିସମେଣ୍ଟ ଆକ୍ଟ , ୧୯୪୬ ଅଧିନରେ ରାଜ୍ୟରେ କୌଣସି ମାମଲାର ଯାଞ୍ଚ ପାଇଁ ସିବିଆଇକୁ ପ୍ରଥମେ ରାଜ୍ୟ ସରକାରଙ୍କର ଅନୁମତି ନେବାକୁ ପଡିବ । କାରଣ ତାମିଲନାଡୁ ସରକାର ସିବିଆଇକୁ ଦେଇଥିବା ସାମାନ୍ୟ ସହମତିକୁ ପ୍ରତ୍ୟାହାର କରିନେଇଛନ୍ତି । ଏହାର ଅର୍ଥ ହେଉଛି , ଏଣିକି ସିବିଆଇ ବିନା ଅନୁମତିରେ ରାଜ୍ୟର କୌଣସି ମାମଲାରେ ହସ୍ତକ୍ଷେପ କରିପାରିବ ନାହିଁ । ଏଥିପାଇଁ ତାକୁ ରାଜ୍ୟ ସରକାରଙ୍କ ଅନୁମତିର ଆବଶ୍ୟକ ପଡିବ  । ସିବିଆଇ ଉପରେ ରୋକ୍ ଲଗାଇବାରେ ତାମିଲନାଡୁ ହେଉଛି ୧୦ମ ରାଜ୍ୟ । ଏହା ପୂର୍ବରୁ ଝାରଖଣ୍ଡ, ପଞ୍ଜାବ, ତେଲେଙ୍ଗାନା, ପଶ୍ଚିମବଙ୍ଗ, ମେଘାଳୟ, ଛତିଶଗଡ, କେରଳ, ମିଜୋରାମ ଓ ରାଜସ୍ଥାନରେ ସିବିଆଇ ଏଣ୍ଟ୍ରି ଉପରେ ବ୍ୟାନ୍ ଲାଗିସାରିଛି ।

Leave A Reply

Your email address will not be published.