ବିଦ୍ୟୁତ୍‌କାଟ ସଂପର୍କରେ ଶକ୍ତି ମନ୍ତ୍ରୀଙ୍କ ପାଖରେ କାଣିଚାଏ ତଥ୍ୟ ନାହିଁ : ନିରଞ୍ଜନ

ଭୁବନେଶ୍ବର : ରାଜ୍ୟରେ ଘନ ଘନ ବିଦ୍ୟୁତ୍‌ କାଟକୁ ନେଇ ଭିନ୍ନ ଭିନ୍ନ ବୟାନବାଜି ଚାଲିଛି। ବିଦ୍ୟୁତ୍‌ ବିଭାଗର ସର୍ବୋଚ୍ଚ ଶାସନକର୍ତା ହେଉଛନ୍ତି ଶକ୍ତି ମନ୍ତ୍ରୀ। କାହିଁକି ଏଭଳି ବିଦ୍ୟୁତ୍‌କାଟ ହେଉଛି ତାହାର ଠିକ୍ କଥା ମନ୍ତ୍ରୀ ରାଜ୍ୟବାସୀଙ୍କୁ ଜଣାଇବା ଉଚିତ୍। ମାତ୍ର ମନ୍ତ୍ରୀଙ୍କ ନିକଟରେ ଏ ଘଟଣା ସଂପର୍କରେ କାଣିଚାଏ ବି ତଥ୍ୟ ନ ଥାଇପାରେ ସନ୍ଦେହ ହେଉଛି ବୋଲି କହିଛନ୍ତି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଶ୍ରୀ ପଟ୍ଟନାୟକ ଏକ ପ୍ରେସ୍ ବିବୃତିରେ କହିଛନ୍ତି ଯେ ୨୦୨୩-୨୪ ଆର୍ଥିକ ବର୍ଷରେ ଗ୍ରିଡ୍‌କୋ ୩୬,୪୨୮ ମେଗା ୟୁନିଟ୍‌ର ବିଦ୍ୟୁତ୍‌ ଯୋଗାଣର ଆବଶ୍ୟକତା କରୁଛି। କିନ୍ତୁ ବିଦ୍ୟୁତ୍‌ ପରବହନ କ୍ଷତି ୩ ପ୍ରତିଶତକୁ ମିଶାଇଲେ ରାଜ୍ୟରେ ନିରବଚ୍ଛିନ୍ନ ବିଦ୍ୟୁତ୍‌ ଯୋଗାଇବାକୁ ହେଲେ ଗ୍ରିଡ୍‌କୋକୁ ୩୭,୫୫୪ ମେଗା ୟୁନିଟ୍‌ର ବିଦ୍ୟୁତ୍‌ ଆବଶ୍ୟକତା ପଡ଼ିବ। ଏପ୍ରିଲ ମାସରେ ୩୩୧୮, ମେ’ ମାସରେ ୩୩୬୧ ଓ ଜୁନ୍‌ ମାସରେ ୩୨୩୫ ମେଗା ୟୁନିଟ୍‌ର ଅବଶ୍ୟକତା ରହିଛି। ମାତ୍ର ଗ୍ରିଡ୍‌କୋର ତଥ୍ୟ ଅନୁସାରେ ରାଜ୍ୟରେ ଆବଶ୍ୟକତାଠାରୁ ବିଭିନ୍ନ ଉତ୍ସରୁ ବିଦ୍ୟୁତ୍‌ ଯୋଗାଣ କମ୍ ଥିଲା। ଗୋଟିଏ ପଟେ ଚାହିଦା ଅଧିକ ଥିବା ବେଳେ ଯୋଗାଣ କମ୍ ଥିବାରୁ ନିଶ୍ଚିତ ବିଦ୍ୟୁତ୍‌ କାଟ ହେବ। ଦୁଃଖର କଥା ଏନ୍‌ଟିପିସି(୪ଶହ ମେଗାୱାଟ୍‌) ଓ ବେଦାନ୍ତ(୩ଶହ ମେଗାୱାଟ)ଠାରୁ ରାଜ୍ୟ ସରକାର ମୋଟ ୭ଶହ ମେଗାୱାଟର ବିଦ୍ୟୁତ୍‌ ପାୱାର ପର୍ଚେଜ ଏଗ୍ରିମେଣ୍ଟଠାରୁ କମ୍ ପାଉଛନ୍ତି। ରାଜ୍ୟ ସରକାର ଏହି ଦୁଇ କମ୍ପାନିଠାରୁ ଗ୍ରିଡ୍‌କୋ ୭ଶହ ମେଗାୱାଟର ବିଦ୍ୟୁତ୍‌ ପାଇବା କଥା ତାହାକୁ ସେମାନେ ଜାଣିଶୁଣି ଦେଉ ନାହାନ୍ତି। ଶକ୍ତି ମନ୍ତ୍ରୀ ଓ ସଚିବଙ୍କ ସମେତ ଓଇଆର୍‌ସି ସମସ୍ତେ ଜାଣିଶୁଣି ନିରବ କାହିଁକି ? ଏ ସରକାର କାହା ସ୍ବାର୍ଥ ରକ୍ଷା ପାଇଁ ଅହରହ ଉଦ୍ୟମ କରୁଛନ୍ତି। ଆବଶ୍ୟକତାଠାରୁ କମ୍ ବିଦ୍ୟୁତ୍‌ ମିଳୁଥିବା କାରଣରୁ ବିଦ୍ୟୁତ୍‌ କାଟର ଏକ ପ୍ରମୁଖ କାରଣ ହୋଇପାରେ। ସରକାର ଏ ବାବଦରେ ସ୍ପଷ୍ଟୀକରଣ ରଖନ୍ତୁ। ସେ ଆହୁରି ମଧ୍ୟ କହିଛନ୍ତି ଯେ ସହରାଞ୍ଚଳଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଘନ ଘନ ବିଦ୍ୟୁତ୍‌ କାଟ ହେଉଥିବା ବେଳେ ମନ୍ତ୍ରୀଙ୍କଠାରୁ ସଚିବ ପର୍ଯ୍ୟନ୍ତ କେହି ସ୍ବୀକାର କରିବାକୁ ପ୍ରସ୍ତୁତ ନୁହନ୍ତି। ଦୀର୍ଘ ବର୍ଷ ଶାସନରେ ରହିବା କାରଣରୁ ଅତ୍ୟନ୍ତ ଅହଂଭାବ ସୃଷ୍ଟି ହୋଇଛି। ସତ କହିବା ଏ ସରକାରଙ୍କ ପାଖରେ ସମ୍ଭବ ନୁହେଁ। ମୁଖ୍ୟମନ୍ତ୍ରୀ ରାଜ୍ୟରେ ବିଦ୍ୟୁତ୍‌ କାଟକୁ ନେଇ ଥରୁଟିଏ ବି ପ୍ରତିକ୍ରିୟା ରଖିନାହାନ୍ତି। ରାଜ୍ୟ ସରକାର ୪୨ହଜାର କୋଟି ଟଙ୍କା ବିଦ୍ୟୁତ୍‌ କ୍ଷେତ୍ରରେ ଭିତ୍ତିଭୂମିର ପରିବର୍ତ୍ତନ ପାଇଁ ପୁଞ୍ଜି ବିନିଯୋଗ କରିଥିବା କୁହାଯାଉଛି। ତା ହେଲେ ପରିସ୍ଥିତି ଏବେ ଅସମ୍ଭଳ କାହିଁକି ? ଟ୍ରିପ୍, ଟ୍ରନ୍‌ସଫର୍ମର ପୋଡ଼ିଯିବା, କଟ୍‌ ଆଉଟ୍‌ ଉଡ଼ିଯିବା ଇତ୍ୟାଦି କଥା ମନ୍ତ୍ରୀ କହୁଛନ୍ତି। କଂଗ୍ରେସ ସରକାର ସମୟରେ ବିଦ୍ୟୁତ୍‌ ଭିତ୍ତିଭୂମିର ସୁଦୃଢ଼ ପାଇଁ ବିଶ୍ବ ବ୍ୟାଙ୍କଠାରୁ ଋଣ କରାଯିବା ପାଇଁ ନିଷ୍ପତ୍ତି ହୋଇଥିଲା। ବିଶ୍ବ ବ୍ୟାଙ୍କ ଋଣ ଦେବା ପାଇଁ ରାଜି ହୋଇଥିବା ବେଳେ କିଛି କାମ ଆରମ୍ଭ ହୋଇଥିଲା। ମାତ୍ର ୨୦୦୦ ମସିହାରୁ ବିଜେଡି ସରକାର ଶାସନକୁ ଆସିବା ପରେ ବିଶ୍ବ ବ୍ୟାଙ୍କ ଋଣ ବନ୍ଦ ହୋଇଗଲା। ଭିତ୍ତିଭୂମି ସଜଡ଼ା ଗଲାନାହିଁ। ପୂର୍ବରୁ ରିଲାଏନ୍‌ସ ଡିସ୍‌କମକୁ ୪୨୩୪ କୋଟି ଟଙ୍କା ଆଦାୟ ନ କରି ଛାଡ଼ି ଦେବା ଏ ସରକାରଙ୍କ ପା

Leave A Reply

Your email address will not be published.