ଗାଡି ଚାଳକ ସାବଧାନ! ଏଣିକି ଚାଲାଣ କଟାଯିବନି, ସିଧା ୨ ବର୍ଷ ପାଇଁ ହେବ ଜେଲ

ଦିନକୁ ଦିନ ଟ୍ରାଫିକ ନିୟମ ଖୁବ କଡାକଡି ହେଉଛି । ବିଭିନ୍ନ କାଗଜପତ୍ର ସାଙ୍ଗକୁ ଡ୍ରାଇଭରଙ୍କ କାର୍ଯ୍ୟକଳାପ ଉପରେ ନଜର ରଖି ଚାଲାଣ କାଟୁଛନ୍ତି ଟ୍ରାଫିକ ପୋଲିସ । ଏହା ସତ୍ତେ ମଧ୍ୟ ଅନେକ ଅମାନିଆ ଲୋକ ଏହି ନିୟମକୁ ଭାଙ୍ଗୁଥିବାର ଦେଖାଯାଉଛି । ଫଳରେ ନିଜର କ୍ଷତି କରିବା ସହ ଅନ୍ୟମାନଙ୍କର ମଧ୍ୟ କ୍ଷତି ଘଟାଉଛନ୍ତି ଏମାନେ । ତେଣୁ ଏହି କାରଣ ଯୋଗୁଁ ଟ୍ରାଫିକ ନିୟମ ଆହୁରି କଡାକଡି କରାଯାଉଛି । କିନ୍ତୁ ଏଣିକି ଅମାନିଆ ଗାଡି ଚାଳକଙ୍କ ପାଇଁ ଚାଲାଣ କଟାଯିବନି, ବରଂ ଭୁଲ କଲେ ୨ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଭୋଗିବାକୁ ପଡିପାରେ । ଖାସ୍ କରି ରାସ୍ତାରେ ଗାଡି ଚଳାଇବା ସମୟରେ ମଦ୍ୟପାନ କରିବାକୁ ଟ୍ରାଫିକ ନିୟମ ଅନୁସାରେ ଏକ ବଡ ଅପରାଧ ଭାବରେ ଗଣାଯାଇଥାଏ । କାରଣ ଏହା ସଡକ ଦୁର୍ଘଟଣାର ପ୍ରମୁଖ କାରଣ ହୋଇପାରେ । ତେଣୁ ଡ୍ରିଙ୍କ ଆଣ୍ଡ ଡ୍ରାଇଭ ମାମଲାରୁ ନିଜକୁ ଯଥାସମ୍ଭବ ଦୂରେଇ ରଖିବା ଉଚିତ । ନଚେତ ଏହି ଭୁଲ ପାଇଁ ଏବେ ଚାଲାଣ ବଦଳରେ ବଡ ଦଣ୍ଡ ଦିଆଯାଇପାରେ ।
ନିୟମ ଅନୁସାରେ ଡ୍ରିଙ୍କ ଆଣ୍ଡ ଡ୍ରାଇଭ କେସରେ ଫସିଲେ ଡ୍ରାଇଭରଙ୍କୁ ୨ ବର୍ଷର ଜେଲଦଣ୍ଡ ମଧ୍ୟ ମିଳିପାରେ । ଏହାବ୍ୟତୀତ ଏଭଳି ମାମଲାରେ ନିଜ ଜୀବନ ସହିତ ଆହୁରି କିଛି ଜୀବନକୁ ମଧ୍ୟ ବିପଦ ହୋଇପାରେ ଡ୍ରିଙ୍କ ଡ୍ରାଇଭ । ତେଣୁ ମଦ୍ୟପାନ କରି ଗାଡି ଚଳାଇବାର ପରିଣାମକୁ ଦୃଷ୍ଟିରେ ରଖି ବିଭିନ୍ନ ନିୟମ ପ୍ରସ୍ତୁତ କରାଯାଇଛି ।

Leave A Reply

Your email address will not be published.