କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀଙ୍କୁ ମଞ୍ଚରେ ଅଭିନୟ କରାଇଲେ ଅଭିନେତା ଅନୁପମ ଖେର !

ନୂଆଦିଲ୍ଲୀ: ରାଜନେତା ଓ ଅଭିନେତାଙ୍କ ମଧ୍ୟରେ ଏକ ଭିନ୍ନ ସମ୍ପର୍କ ରହିଆସିଛି। ଅନେକ ରାଜନେତା ଓ ଅଭିନେତା ମଧ୍ୟ ପରସ୍ପରର ଭଲ ବନ୍ଧୁ। ନିକଟରେ ନାଗପୁରରେ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତୀନ ଗଡକରୀ ଓ ଅଭିନେତା ଅନୁପମ ଖେର ଯୋଗ ଦେଇଥିଲେ। ଏହି ସମୟରେ ଉଭୟ ମଞ୍ଚରେ ହସୁଥିବା ଓ ଥଟ୍ଟା ମଜା କରୁଥିବା ଦେଖିବାକୁ ମିଳିଥିଲା। ନାଗପୁରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନୀତୀନ ଗଡକରୀଙ୍କୁ ଫିଲ୍ମି ଅନ୍ଦାଜରେ ଦେଖିବାକୁ ମିଳିଥିଲା। ସେ ଶତ୍ରୁଘ୍ନ ସିହ୍ନାଙ୍କ ଫିଲ୍ମରୁ ଏକ ଡାଇଲଗ କହିଥିଲେ, ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଅନୁପମ ଖେର ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ନିତିନ ଗଡକରୀଙ୍କ ସହ କଥାବାର୍ତ୍ତା କରୁଥିବା ଦେଖିବାକୁ ମିଳିଛି। ଭିଡିଓରେ ଅନୁପମ ଖେର କହୁଛନ୍ତି, “ମୁଁ ସବୁବେଳେ କହିଛି ଜୀବନରେ କେତେବେଳେ କିଛି ବି ହୋଇପାରେ। ଆଜି ଅନୁପମ ଖେର ନୀତୀନ ଗଡକରୀଙ୍କ ସହ ମଞ୍ଚରେ ଅଭିନୟ କରିବାକୁ ଯାଉଛନ୍ତି।’’ ଏହା ଶୁଣି ଗଡକରୀ କହିଥିଲେ ଯେ, ‘ରାଜନେତାମାନେ ମଧ୍ୟ ଅଭିନେତା’। ଲୋକମାନେ ନୀତୀନ ଗଡକରୀଙ୍କ ଏହି ଫିଲ୍ମି ଅନ୍ଦାଜକୁ ଖୁବ ପସନ୍ଦ କରୁଛନ୍ତି।

Leave A Reply

Your email address will not be published.