ଏସସିଓ ବୈଠକରେ ‘ଶୀତଳ ଯୁଦ୍ଧ’ ପ୍ରସଙ୍ଗ ଉଠାଇଲେ ଜିନପିଙ୍ଗ । ମୋଦୀ ଓ ପୁତିନଙ୍କ ଆଗରେ କହିଲେ ଏଭଳି କଥା…

ପ୍ରଧନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ‘ସାଂଘାଇ ସହଯୋଗ ସଂଗଠନ’(ଏସସିଓ) ବୈଠକ ଭର୍ଚୁଆଲ ମୋଡରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗ, ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପାକିସ୍ତାନ ରାଷ୍ଟ୍ରପତି ଶେହବାଜ ସରିଫ ସାମିଲ ହୋଇଥିଲେ। ରୁଷରେ ୱାଗନ ଗୋଷ୍ଠୀର ବିଦ୍ରୋହ ପରେ ପୁଟିନ ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ କାର୍ୟ୍ୟକ୍ରମରେ ଯୋଗ ଦେଇଛନ୍ତି।ଏସସିଓରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ୟୁରେସିଆର ଶାନ୍ତି, ସମୃଦ୍ଧି ଏବଂ ବିକାଶ ପାଇଁ ଏସସିଓ ହେଉଛି ଏକ ପ୍ରମୁଖ ପ୍ଲାଟଫର୍ମ। ପ୍ରଧାନମନ୍ତ୍ରୀ ମୋଦୀ ଆଜି ଏସସିଓରେ ସୀମାପାର ଆତଙ୍କବାଦକୁ କଡ଼ା ସମାଲୋଚନା କରି କହିଛନ୍ତି, ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ବନ୍ଦ କରିବାପାଇଁ ଏସ୍‌ସିଓର ସବୁ ରାଷ୍ଟ୍ର ସହଯୋଗ କରିବା ଆବଶ୍ୟକ। ଆଞ୍ଚଳିକ ଏବଂ ବୈଶ୍ୱିକ ଶାନ୍ତି ଦିଗ ପ୍ରତି ଆତଙ୍କବାଦ ହେଉଛି ଏକ ବଡ଼ ବିପଦ। ଆମକୁ ଆତଙ୍କବାଦ ବିରୋଧ‌ରେ ଲଢ଼େଇ କରିବାକୁ ପଡ଼ିବ। କିଛି ରାଷ୍ଟ୍ର ସେମାନଙ୍କ ନୀତି ଭାବେ ସୀମାପାର ଆତଙ୍କବାଦକୁ ବ୍ୟବହାର କରୁଛନ୍ତି ଏବଂ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଛନ୍ତି। ଏସସିଓ ଏଭଳି ରାଷ୍ଟ୍ରକୁ ସମାଲୋଚନା କରିବାରେ ଆଦୌ ଦ୍ୱିଧା କରିବା ଉଚିତ ନୁହେଁ। ଏସ୍‌ସିଓ ରାଷ୍ଟ୍ରମାନେ ଏଭଳି କାର୍ୟ୍ୟକୁ ନିନ୍ଦା କରିବା ଉଚିତ। ଆତଙ୍କବାଦକୁ ନେଇ ଦୋମୁହାଁ ନୀତି ରହିବା ଉଚିତ ନୁହେଁ। ଆମକୁ ଆତଙ୍କବାଦ ବିରୋଧରେ ଏକାଠି ଲଢ଼ିବାକୁ ପଡ଼ିବ ବୋଲି ମୋଦୀ କହିଛନ୍ତି।

Leave A Reply

Your email address will not be published.