ମୁଁ କାହାକୁ କେବେ ଧୋକା ଦେଇନି; ମୋତେ ସମସ୍ତେ ଦେଇଛନ୍ତି

ମୁମ୍ବାଇ: ଚୁଲ୍‌ବୁଲି ଅଭିନେତ୍ରୀ ସେହନାଜ୍‌ କୌର୍‌ ଗିଲ୍‌ କିଛି ନା କିଛି କାରଣ ପାଇଁ ସୋସିଆଲ୍‌ ମିଡିଆରେ ଚର୍ଚ୍ଚାର ପରିସରକୁ ଆସିଥାନ୍ତି। ସେ ତାଙ୍କ ବୃତ୍ତିଗତ ଜୀବନକୁ ନେଇ ବେଶ୍‌ ବ୍ୟସ୍ତ ରହିଥାନ୍ତି। ତାହାଠାରୁ ବି ଅଧିକ ଚର୍ଚ୍ଚାରେ ରହିଥାନ୍ତି ନିଜର ବ୍ୟକ୍ତିଗତ ଜୀବନ ପାଇଁ। ଆପଣ ଜାଣନ୍ତି ଯେ ଦିବଗଂତ ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ସହ ଥିବା ପ୍ରେମ ସଂପର୍କ ପାଇଁ ସେହେନାଜ୍‌ ଖୁବ୍‌ ଅଧିକ ଚର୍ଚ୍ଚାରେ ରହିଛନ୍ତି। ତେବେ ପୂର୍ବରୁ ତାଙ୍କ ନାମ ଭାରତୀୟ ନୃତ୍ୟଶିଳ୍ପୀ ରାଘବ ଜୁଏଲଙ୍କ ସହ ବି ଯୋଡ଼ା ହୋଇଥିଲା। ନିକଟରେ ସେ ତାଙ୍କର ହୃଦୟ ବିଦାରକ ଅଭିଜ୍ଞତାକୁ ପ୍ରଶଂସକଙ୍କ ସହ ବାଣ୍ଟିଛନ୍ତି। ନିକଟରେ ଏକ ସାକ୍ଷାତକାରରେ ସେ ନିଜ ଜୀବନରେ ଆସିଥିବା ଭଲପାଇବାକୁ ନେଇ ଖୁଲମଖୁଲା ମତ ରଖିଛନ୍ତି। ସେ କହିଛନ୍ତି କି ପୂର୍ବରୁ ବାରମ୍ବାର ପ୍ରେମରେ ବିଫଳ ହେବା କାରଣରୁ ସେ ଆଜି ସେହି ଦିଗ ପ୍ରତି ଧ୍ୟାନ ଦେଉନାହାନ୍ତି। ପ୍ରେମକୁ ନେଇ ତାଙ୍କ ମନରେ ନକାରାତ୍ମକ ଭାବନା ରହିଛି। ସେହନାଜ ଆହୁରି ବି କହିଛନ୍ତି ଯେ ସେ ଏପରି ଜଣକୁ ପାଇବାକୁ ଚାହାନ୍ତି ଯିଏକି ତାଙ୍କୁ କେବେ ବି ଛାଡ଼ିକି ଯବେ ନାହିଁ। କାରଣ ପୂର୍ବରୁ ସେ ଯାହାଙ୍କୁ ବି ପ୍ରେମ କରିଛନ୍ତି ସେ ସମସ୍ତେ ତାଙ୍କୁ ଛାଡ଼ିକି ଚାଲି ଯାଇଛନ୍ତି। ସେହେନାଜ୍‌ ଆହୁରି ବି କହିଛନ୍ତି ଯେ ସେ କେବେ କାହା ସହିତ ବିଶ୍ୱାସଘାତକତା କରିନାହାଁନ୍ତି କିନ୍ତୁ ତାଙ୍କୁ ସଂପର୍କରେ ବାରମ୍ବାର ଧୋକା ମିଳିଛି।

Leave A Reply

Your email address will not be published.