ଡ୍ରୋନ୍‌ ଆକ୍ରମଣରେ ଇସ୍‌ଲାମିକ୍‌ ଷ୍ଟେଟ୍‌ ନେତା ଉସାମା ଅଲ୍‌-ମୁହାଜିର୍‌ ନିହତ: ଆମେରିକା ସେନା

କାଇରୋ: ଜୁଲାଇ ୭ ତାରିଖ ଦିନ ପୂର୍ବାଞ୍ଚଳ ସିରିୟାରେ ଡ୍ରୋନ୍‌ଦ୍ବାରା ଆକ୍ରମଣ କରି ଜଣେ ‘ଆଇଏସ୍‌ଆଇଏସ୍‌’ ନେତାଙ୍କୁ ହତ୍ୟା କରିଥିବା କଥା ରବିବାର ଦିନ ‘ଦି ୟୁ. ଏସ୍‌. ସେଣ୍ଟ୍ରାଲ୍‌ କମାଣ୍ଡ୍‌’ କହିଛି। ନିହତ ‘ଆଇଏସ୍‌ଆଇଏସ୍‌’ ନେତା ଅଲ୍‌-ମୁହାଜିର୍‌ଙ୍କ ବିଷୟରେ ଅଧିକ କିଛି ବିବରଣୀ ନ ଦେଇ ଜାରି କରିଥିବା ବିବୃତିରେ ଆମେରିକା ସେନା କହିଛି: ସମଗ୍ର ସିରିୟାରେ ‘ୟୁ. ଏସ୍‌. ସେଣ୍ଟ୍ରାଲ୍‌ କମାଣ୍ଡ୍‌’ ଆକ୍ରମଣ କରିବା ଫଳରେ ପୂର୍ବାଞ୍ଚଳ ସିରିୟାରେ ଉସାମା ଅଲ୍-ମୁହାଜିର୍‌ ନାମରେ ଜଣେ ‘ଆଇଏସ୍‌ ଆଇଏସ୍‌’ ନେତା ନିହତ ହୋଇଛନ୍ତି। ସେ ଦିନ ପ୍ରାରମ୍ଭରେ ରୁଷୀୟ ଲଢୁଆ ବିମାନ ସବୁ ଯେଉଁ ‘ଏମ୍‌କ୍ୟୁ-୯’ ଡ୍ରୋନ୍‌ଗୁଡ଼ିକୁ ଦୁଇ ଘଣ୍ଟାକାଳ ମୁକାବିଲା କରି ଘଉଡ଼ାଇବାକୁ ଉଦ୍ୟମ କରୁଥିଲେ, ସେହି ଡ୍ରୋନ୍‌ଦ୍ବାରା ସିରିୟାରେ ଆକ୍ରମଣ କରାଯାଇଥିବା କଥା ମଧ୍ୟ ଉକ୍ତ ବିବୃତିରେ ଉଲ୍ଲେଖ ଅଛି। ‘ୟୁ. ଏସ୍‌. ସେଣ୍ଟ୍ରାଲ୍‌ କମାଣ୍ଡ୍‌’ର ମୁଖ୍ୟ ମାଇକେଲ୍‌ କ୍ୟୁରିଲା କହିଛନ୍ତି, ଆମେ ସ୍ପଷ୍ଟ କରି କହୁଛୁ ଯେ, ସେ ଅଞ୍ଚଳରୁ ‘ଆଇଏସ୍‌ଆଇଏସ୍‌’କୁ ପରାସ୍ତ କରିବା ଲାଗି ଆମେ ବଦ୍ଧପରିକର। ‘ଆଇଏସ୍‌ଆଇଏସ୍‌’ କେବଳ ସେ ଅଞ୍ଚଳ ପ୍ରତି ନୁହେଁ, ଅନ୍ୟାନ୍ୟ ଅଞ୍ଚଳ ପ୍ରତି ମଧ୍ୟ ବିପଦର କାରଣ ହୋଇଛି। ଏହି ଡ୍ରୋନ୍‌ ଆକ୍ରମଣ ଅଭିଯାନରେ କୌଣସି ସାଧାରଣ ଜନତା ନିହତ ହୋଇ ନ ଥିବା କଥା ‘ୟୁ. ଏସ୍‌. ସେଣ୍ଟ୍ରାଲ୍‌ କମାଣ୍ଡ୍‌’ କହିଥିଲେ ମଧ୍ୟ ‘ମିଳିତ ସେନା’ କହିଛି କି, ଜଣେ ସାଧାରଣ ନାଗରିକ ଏହି ଆକ୍ରମଣରେ ଆହତ ହୋଇଛନ୍ତି।

Leave A Reply

Your email address will not be published.