ହନି ଟ୍ରାପ୍‌ର ତାଲିମ କେନ୍ଦ୍ର ରାୱଲପିଣ୍ଡି, ତାଲିମ ଦେଉଛି ଆଇଏସ୍‌ଆଇ

ରାୱଲପିଣ୍ଡି : ପୁଣେସ୍ଥିତ ଭାରତୀୟ ପ୍ରତିରକ୍ଷା ଓ ଗବେଷଣା ପ୍ରତିଷ୍ଠାନ (ଡିଆର୍‌ଡିଓ)ର ବୈଜ୍ଞାନିକ ପ୍ରଦୀପ କୁରୁଲକର ଜଣେ ପାକିସ୍ତାନୀ ସୁନ୍ଦରୀଙ୍କ ଜାଲରେ ଫସି ଦେଶର ପ୍ରତିରକ୍ଷା ସଂକ୍ରାନ୍ତ ଅନେକ ଗୁରୁତ୍ବପୂର୍ଣ୍ଣ ସୂଚନା ଶତ୍ରୁ ଦେଶକୁ ପ୍ରଦାନ କରିଛନ୍ତି। ପ୍ରଦୀପଙ୍କ ଭଳି ପୂର୍ବରୁ ଅନେକ ପ୍ରତିରକ୍ଷା ଅଧିକାରୀ ହନି ଟ୍ରାପ୍‌ରେ ଫସି ଅତ୍ୟନ୍ତ ଗୋପନୀୟ ତଥ୍ୟକୁ ସେୟାର କରିଛନ୍ତି। ଭାରତରୁ ଗୁରୁତ୍ବପୂର୍ଣ୍ଣ ସାମରିକ ସୂଚନା ପାଇବା ପାଇଁ ପାକିସ୍ତାନ ଏହି ମାଧ୍ୟମର ବହୁଳ ବ୍ୟବହାର ଗତ କିଛିବର୍ଷ ହେଲା କରିଆସୁଛି। ତେବେ ଏହି ହନି ଟ୍ରାପ୍ କ’ଣ ଏବଂ ତାହାକୁ ପାକିସ୍ତାନ କିଭଳି ପରିଚାଳନା କରୁଛି ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ପାକିସ୍ତାନ ସେନାର ମୁଖ୍ୟାଳୟ ହେଉଛି ରାୱଲପିଣ୍ଡି। ସେଠାରେ ଫାତିମା ଜିନ୍ନା ମହିଳା ବିଶ୍ବବିଦ୍ୟାଳୟ ରହିଛି। ସେଠାରେ ହନି ଟ୍ରାପ ପାଇଁ ବଛା ଯାଇଥିବା ମହିଳାଙ୍କୁ ତାଲିମ ଦିଆଯାଇଥାଏ। ଏହି ବିଷୟ ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ୨୦୧୯ରେ ପ୍ରଥମ ଥର ଲାଗି ବିଶ୍ବବିଦ୍ୟାଳୟ ପକ୍ଷରୁ ସୋସିଆଲ ମିଡିଆ ସ୍ପେସାଲିଷ୍ଟ ପଦବି ପାଇଁ ଏକ ବିଜ୍ଞାପନ ଜାରି ହୋଇଥିଲା।

Leave A Reply

Your email address will not be published.