ଚୀନ୍‌ର ବୈଦେଶିକ ମନ୍ତ୍ରୀ କ୍ବିନ୍‌ ଗାଙ୍ଗ୍‌ ନିଖୋଜ

ବେଜିଙ୍ଗ୍‌: ନିଖୋଜ ହୋଇ ଯାଇଥିବା ଚୀନ୍‌ର ବୈଦେଶିକ ମନ୍ତ୍ରୀ କ୍ବିନ୍‌ ଗାଙ୍ଗ୍‌ଙ୍କ ସ୍ଥାନରେ ୱାଙ୍ଗ୍‌ ୟି’ଙ୍କୁ ଦେଶର ନୂଆ ବୈଦେଶିକ ମନ୍ତ୍ରୀ ରୂପେ ନିଯୁକ୍ତ କରାଯାଇଥିବା କଥା ମଙ୍ଗଳବାର ଦିନ ରାଷ୍ଟ୍ରାୟତ ଗଣମାଧ୍ୟମ ‘ସିନ୍‌ହୁଆ’ ରିପୋର୍ଟ କରିଛି।ରିପୋର୍ଟରେ ‘ସିନ୍‌ହୁଆ’ ସମ୍ବ‌ାଦପତ୍ର ଲେଖିଛି, ୱାଙ୍ଗ୍‌ ୟି’ଙ୍କୁ ବୈଦେଶିକ ମନ୍ତ୍ରୀ ଭାବେ ନିଯୁକ୍ତି ଦେବା ଲାଗି ଚୀନ୍‌ର ଶୀର୍ଷସ୍ତରୀୟ ସାଂସଦମାନେ ଭୋଟ୍‌ ଦେଇଛନ୍ତି। ମଙ୍ଗଳବାର ଦିନ ଡକାଯାଇଥିବା ଅଧିବେଶନରେ ଏହି ନିଷ୍ପତ୍ତି ନିଆଯାଇଛି। ପୂର୍ବତନ ବୈଦେଶିକ ମନ୍ତ୍ରୀ ଗାଙ୍ଗ୍‌ ଦୀର୍ଘ ଏକ ମାସ ହେବ ସର୍ବସାଧାରଣରେ ଦେଖା ନ ଯିବାରୁ ୟି’ଙ୍କୁ ନୂଆ ବୈଦେଶିକ ମନ୍ତ୍ରୀ ବୋଲି ଘୋଷଣା କରାଯାଇଛି।ଉଲ୍ଲେଖଯୋଗ୍ୟ, ଗତ ଡିସେମ୍ବର ମାସରେ ବୈଦେଶିକ ମନ୍ତ୍ରୀ ଭାବେ ନିଯୁକ୍ତ ହୋଇଥିବା ୫୭ ବର୍ଷିୟ କ୍ବିନ୍‌ ଗାଙ୍ଗ୍‌ ଜୁନ୍‌ ୨୫ ତାରିଖରୁ ନିରୁଦ୍ଦିଷ୍ଟ ହୋଇଯାଇଛନ୍ତି। ସେତେବେଳେ ସେ ରୁଷ୍‌, ଭିଏତନାମ ଓ ଶ୍ରୀଲଙ୍କାର ବୈଦେଶିକ ମନ୍ତ୍ରୀମାନଙ୍କ ସହିତ ଆଲୋଚନା କରିଥିଲେ।

Leave A Reply

Your email address will not be published.