ମାଲକାନଗିରି ଜିଲ୍ଲାରେ ବର୍ଷା ବିତ୍ପାତ: ପାଣିରେ ବୁଡ଼ିଲା କାଙ୍ଗୁରୁକୋଣ୍ଡା ପୋଲ

ପୁଣି ପାଣିରେ ବୁଡ଼ିଛି ମାଲକାନଗିରିର କାଙ୍ଗୁରୁକୋଣ୍ଡା ପୋଲ। ଏହାଫଳରେ ଓଡ଼ିଶା- ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ଜଣାଯାଇଛି। ନଦୀ ଭ୍ରମ ସୃଷ୍ଟି କରୁଛି ଜୀତୀୟ ରାଜପଥ। କାଙ୍ଗୋରୁକୋଣ୍ଡା ପୋଲ ଉପରେ ୧୦ ଫୁଟ ଉଚ୍ଚର ବନ୍ୟା ଜଳ। ୩୨୬ ନମ୍ବର ଜାତୀୟ ରାଜପଥରେ ଯାତାୟତ ଠପ୍। ସେହିପରି ଲଗାଣ ବର୍ଷା ଯୋଗୁଁ କାଲିମେଳା ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି। ମାଲକାନଗିରି – ମୋଟୁ ୩୨୬ ନମ୍ବର ଜାତୀୟ ରାଜପଥରେ ଥିବା ପୋଟେରୁ, କାଙ୍ଗୁରୁକୋଣ୍ଡା, ଏମଭି ୯୬ ପୋଲ ଓ କାଲିମେଳା -ପଡିଆ ମୁଖ୍ୟ ରାସ୍ତାରେ ଥିବା କନ୍ୟାଶ୍ରମ ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି | ଯାହାଫଳରେ ଆନ୍ଧ୍ର, ତେଲେଙ୍ଗାନା ଓ ଛତିଶଗଡ଼ ରାଜ୍ୟକୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି। ରାସ୍ତାରେ ବହୁ ସଂଖ୍ୟାରେ ଗାଡ଼ି ଅଟକି ରହିଥିବା ପରିଲକ୍ଷିତ ହୋଇଛି।

Leave A Reply

Your email address will not be published.