‘ଆଇସିସି’ ବିଶ୍ବକପ୍‌ ୨୦୨୩: ନବରାତ୍ରୀ ପାଇଁ ବଦଳି ପାରେ ଅକ୍ଟୋବର ୧୫ରେ ଥିବା ଭାରତ-ପାକିସ୍ତାନ ମ୍ୟାଚ୍‌

ନୂଆଦିଲ୍ଲୀ: ନବରାତ୍ରୀ ମହୋତ୍ସବ ପଡୁଥିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ‘କ୍ରିକେଟ୍‌ ବିଶ୍ବକପ୍‌ ୨୦୨୩’ର କାର୍ଯ୍ୟସୂଚୀ ବଦଳିପାରେ ବୋଲି ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି। ଅହମଦାବାଦରେ ଅକ୍ଟୋବର ୧୫ରେ ଏହି ମ୍ୟାଚ୍‌ ଖେଳାଯିବ ବୋଲି ପୂର୍ବରୁ ନିର୍ଦ୍ଧାରିତ ହୋଇଥିଲା। କିନ୍ତୁ, ‘ଆଇସିସି’ଦ୍ବାରା ଯେଉଁ ସମୟ-ସୂଚୀ ନିର୍ଦ୍ଧାରଣ କରାଯାଇଛି ତାହା ହେଉଛି ନବରାତ୍ରୀର ପ୍ରଥମ ଦିବସ। ସେଦିନ ସମଗ୍ର ଗୁଜରାଟରେ ‘ଗର୍‌ବା ରାତ୍ରୀ’ ପାଳନ କରାଯାଏ। ନିରାପତ୍ତା କାରଣରୁ ଖେଳାଳିମାନଙ୍କର ଯାତ୍ରା ପଥ ମଧ୍ୟ ପରିବର୍ତ୍ତନ କରିବା ଉପରେ ପୁନର୍ବିଚାର କରିବା ଲାଗି ‘ବିସିସିଆଇ’କୁ କୁହାଯାଇଛି।

Leave A Reply

Your email address will not be published.