ମହିଳା ସରପଞ୍ଚଙ୍କ ନାଁରେ ସାଂଘାତିକ ଅଭିଯୋଗ

ସୁନ୍ଦରଗଡ଼ ବିରବିରା ପଞ୍ଚାୟତର ଜଣେ ମହିଳା ସରପଞ୍ଚଙ୍କ ନାଁରେ ସାଂଘାତିକ ଅଭିଯୋଗ । ବାପା-ମାଆ ଛେଉଣ୍ଡ ନାବାଳିକା ଝିଅକୁ ଦଲରସା ଗୁଡିଆ ୫ ଲକ୍ଷ ଟଙ୍କାରେ ଗୁଜରାଟ ଚାଲାଣ କରିଦେଇଥିବା ଅଭିଯୋଗ ହୋଇଛି ।

gpkandhamal

ବର୍ଷେ ନିର୍ଯାତନା ଭୋଗିବା ପରେ ନାବାଳିକା କୌଶଳକ୍ରମେ ସୁନ୍ଦରଗଡ଼ ଚାଲିଆସି ଏସପିଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ସରପଞ୍ଚ ଓ ତାଙ୍କୁ ଗୃହବନ୍ଦୀ କରି ରଖିଥିବା ଗୁଜରାଟର ଦମ୍ପତିଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ସରପଞ୍ଚ ଫେରାର ହୋଇଯାଇଥିବା ସୂଚନା ମିଳିଛି । ନାବାଳିକାର ପ୍ରକୃତ ବାପା-ମାଆ କିଏ ଜଣାନାହିଁ । ୧୮ ବର୍ଷ ଜନ୍ମ ଦେବା ପରେ ନିର୍ଦ୍ଦୟୀ ମା’ ବିରବିରାର ଓସ୍ତଳୀ ନଦୀ କୂଳରେ ଛାଡି ଯାଇଥିଲେ । ସେତେବେଳେ କେହି ଜଣେ କୁମାରୀ ମାତୃତ୍ୱ ଲୁଚାଇବା ପାଇଁ ନବଜାତକୁ ଛାଡି ପଳାଇଥିବା ଚର୍ଚ୍ଚା ହେଉଥିଲା । ଗାଁ ଲୋକେ ପିଲାଟିକୁ ନଦୀକୂଳରୁ ଉଦ୍ଧାର କରିଥିଲେ । ପରେ ଏକ ଗରିବ ଦମ୍ପତି ଶିଶୁକନ୍ୟାକୁ ପୋଷ୍ୟ କରି ନିଜ ପାଖରେ ରଖିଥିଲେ । ଦେଢବର୍ଷ ତଳେ ପାଳିତ ମା’ ଆରପାରିକୁ ଚାଲିଯାଇଥିଲେ । ଏପରି ସ୍ଥିତିରେ ସିଲାଇ ପ୍ରଶିକ୍ଷଣ ବାହାନାରେ ମହିଳା ସରପଞ୍ଚ ଗୁଜରାଟର ଅହମ୍ମଦାବାଦ ଚାଲାଣ କରିଦେଇଥିଲେ । ସେଠାରେ ବହୁ ନିର୍ଯାତନା ପାଇବା ପରେ ସେ କୌଶଳକ୍ରମେ ୨୦୨୩ ଜୁଲାଇରେ ଗାଁକୁ ଚାଲି ଆସିଥିଲେ ।

Umasankar Adv
Leave A Reply

Your email address will not be published.