ଭୁଲ ରୁଟରେ ଆସି ମାଡିଗଲା ଟ୍ରକ୍

ତାମିଲନାଡୁ : ୪ ପିଲାଙ୍କୁ ଆଇସକ୍ରିମ ଖୁଆଇବାକୁ ଆଣି ଆସିଥିଲେ । ଗାଡି ରଖି ସେମାନଙ୍କୁ ଓହ୍ଲାଇଲେ । ହେଲେ କିଏ ଜାଣିଥିଲା ଗୋଟିଏ ମୁହୂର୍ତ୍ତ ତାଙ୍କ ପାଇଁ କାଳ ହୋଇଯିବ ।

gpkandhamal

ଛିଡା ହୋଇଥିବା ସମୟରେ ରଙ୍ଗ ରୁଟରେ ଆସି ଏକ ମାଲବୋଝେଇ ମିନି ଟ୍ରକ ସେମାନଙ୍କ ଉପରେ ଚଢିଯାଇଥିଲା । ଫଳରେ ୫ଜଣଙ୍କର ଜୀବନ ଚାଲିଗଲା । ଏଭଳି ଘଟଣା ଘଟିଛି ତାମିଲନାଡୁ ମେଟୁପାଲୟମ୍ ଅଞ୍ଚଳରେ । ଜଣେ ବ୍ୟକ୍ତି ନିଜ ପିଲାମାନଙ୍କୁ ଆଇସକ୍ରିମ ଖୁଆଇବାକୁ ଆଣି ଆଇସକ୍ରିମ ପାର୍ଲର ସାମ୍ନାରେ ଗାଡି ରଖି ଓହ୍ଲାଉଥିବାବେଳେ ପିଲାଙ୍କ ସହ ବ୍ୟକ୍ତିଙ୍କ ଉପରେ ମଧ୍ୟ ଚଢିିଗଲା ମିନିଟ୍ରକ । ସେମାନଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ ବି ସେମାନଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।

Umasankar Adv
Leave A Reply

Your email address will not be published.