ହୋମଗାର୍ଡଙ୍କ ଆତ୍ମହତ୍ୟା ଉଦ୍ୟମ ମାମଲାରେ କାର୍ଯ୍ୟାନୁଷ୍ଠାନ : ଡିଆଇଜି ବ୍ରିଜେଶ ରାୟଙ୍କୁ ପୋଲିସ ହେଡକ୍ୱାର୍ଟରକୁ ବଦଳି

କଟକ: ବିବାଦ ବଢ଼ିବା ପରେ ବଦଳିଲେ ଅନୁଗୁଳ ଡିଆଇଜି । ମହିଳା ହୋମଗାର୍ଡଙ୍କ ଆତ୍ମହତ୍ୟା ଉଦ୍ୟମ ମାମଲାରେ ଅନୁଗୁଳ ଡିଆଇଡି ବ୍ରିଜେଶ ରାୟଙ୍କୁ ପୋଲିସ ହେଡକ୍ୱାର୍ଟର, କଟକକୁ ବଦଳି କରାଯାଇଛି । ହେଲେ ପୁଲିସ ବାବୁଆଣୀଙ୍କ ବିରୋଧରେ ମାମଲା ରୁଜୁ କରିନି ପୋଲିସ କିମ୍ବା ତାଙ୍କୁ ପଚରାଉଚରା ଲାଗି ସାହସ ଜୁଟେଇ ପାରିନାହିଁ । ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ କହୁଛନ୍ତି ଆଇନ ତା’ ବାଟରେ ଯିବ । ଏପଟେ କିନ୍ତୁ ପୁଲିସ ଆଇପିଏସଙ୍କ ପତ୍ନୀଙ୍କ ପାଖେ ପହଞ୍ଚି ନ ପାରିବା ଚର୍ଚ୍ଚାର ବିଷୟ ପାଲଟିଛି । ଉଭୟ ବିଜେପି ଓ କଂଗ୍ରେସ ଦଳ ଏହି ଘଟଣାରେ ରାଜ୍ୟ ସରକାର ଓ ଓଡ଼ିଶାର ପୁଲିସ ବ୍ୟବସ୍ଥାକୁ ଦାୟୀ କରିଛନ୍ତି । ଡିଆଇଜିଙ୍କ ବଦଳି କରିଦେଇ ପ୍ରସଙ୍ଗକୁ ଏଡାଇ ଦେବାର ଉଦ୍ୟମ କରିବା ପରିବର୍ତ୍ତେ ନିର୍ଯାତନା ଦେଇଥିବା ମୁଖ୍ୟ ଅଭିଯୁକ୍ତ ଡିଆଇଜିଙ୍କ ପତ୍ନୀଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ବିଜେପି ଓ କଂଗ୍ରେସ ।

gpkandhamal

ଗତ ୧୩ ତାରିଖ ଦିନ ଅନୁଗୁଳ ଜିଲ୍ଲା ରାଣୀଗୋଡାର ମହିଳା ହୋମଗାର୍ଡ ସୌରିଦ୍ରୀ ସାହୁ ହୋମଗାର୍ଡ ଡିଜିଙ୍କୁ ଲିଖିତ ଭାବେ ଜଣାଇଥିଲେ । ମାତ୍ର ଏହି ଘଟଣାରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା । ଏହି ଘଟଣାକୁ ନେଇ ଜାତୀୟ ମାନବାଧିକାର କମିସନରେ ଏକ ମାମଲା ରୁଜୁ ହୋଇଥିବା ବେଳେ ରାଜ୍ୟ ମାନବାଧିକାର କମିସନ ନିଜ ଆଡ଼ୁ ଏକ ମାମଲା ରୁଜୁ କରି ରିପୋର୍ଟ ତଲବ କରିଛନ୍ତି ।

Umasankar Adv
Leave A Reply

Your email address will not be published.