ବିଶ୍ୱର ଅଭିବୃଦ୍ଧିରେ ଭାରତ ହେବ ଇଞ୍ଜିନ

ଜୋହାନ୍ସବର୍ଗ; ଜୋହାନ୍ସବର୍ଗରେ ପ୍ରଧାନମନ୍ତ୍ରୀ । ବ୍ରିକ୍ସ ବ୍ୟବସାୟିକ ମଞ୍ଚରେ ନରେନ୍ଦ୍ର ମୋଦୀ ହିନ୍ଦୀରେ ଅଭିଭାଷଣ ରଖି କହିଛନ୍ତି, ବିଶ୍ୱର ଅଭିବୃଦ୍ଧିରେ ଭାରତ ହେବ ଇଞ୍ଜିନ । ଭାରତର ଅଭିବୃଦ୍ଧିରେ ବ୍ରିକ୍ସର ଅବଦାନ ରହିଛି କହି ପ୍ରଶଂସା କରିଛନ୍ତି । ଭାରତ ହେଉଛି ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି ।

gpkandhamal

ଖୁବଶୀଘ୍ର ଭାରତ ୫ ଟ୍ରିଲିୟନ୍ ଡଲାର ଅର୍ଥନୀତିରେ ପରିଣତ ହେବ । ଦଶ ବର୍ଷ ମଧ୍ୟରେ ଆମର ଅର୍ଥନୈତିକ ସହଯୋଗ ବୃଦ୍ଧିରେ ବ୍ରିକ୍ସ ବିଜନେସ ଫୋରମ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଏଥିରେ କୌଣସି ସନ୍ଦେହ ନାହିଁ ଯେ ଆଗାମୀ ବର୍ଷରେ ଭାରତ ବିଶ୍ୱର ଅଭିବୃଦ୍ଧି ଇଞ୍ଜିନ ହେବ କାରଣ ଆମେ ବିପର୍ଯ୍ୟୟର ସମୟ ଏବଂ ଅସୁବିଧାକୁ ଅର୍ଥନୈତିକ ସଂସ୍କାରର ସୁଯୋଗରେ ପରିଣତ କରିଛୁ । ସେହିପରି ବିଶ୍ୱର ସର୍ବାଧିକ ସଂଖ୍ୟକ ଡିଜିଟାଲ କାରବାର ହେଉଥିବା ଦେଶ ହେଉଛି ଭାରତ । ୟୁଏଇ, ଫ୍ରାନ୍ସ ଏବଂ ସିଙ୍ଗାପୁର ଭଳି ଦେଶ ଏବେ ଭାରତର ୟୁପିଆଇ ପ୍ଲାଟଫର୍ମ ସହିତ ଜଡିତ ବୋଲି କହିଛନ୍ତି । ଦକ୍ଷିଣ ଆଫ୍ରିକା ଗସ୍ତ ପରେ ପ୍ରଧାନମନ୍ତ୍ରୀ ଅଗଷ୍ଟ ୨୫ରେ ଗ୍ରୀସ୍ ପ୍ରଧାନମନ୍ତ୍ରୀ କିରିଆକୋସ୍ ମିତସୋଟାକିସଙ୍କ ନିମନ୍ତ୍ରଣ କ୍ରମେ ଗ୍ରୀସ୍ ଗସ୍ତରେ ଯିବେ ।

Umasankar Adv
Leave A Reply

Your email address will not be published.