ଅକ୍ଟୋବରରେ ସରିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ

ଶ୍ରୀମନ୍ଦିର: ଅକ୍ଟୋବରରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ଶେଷ ହେବ । ଭକ୍ତଙ୍କ ସୁବିଧା ଦୃଷ୍ଟିରୁ ୭୫ ମିଟର ପରିଧି ଭିତରେ ଦୁଇଟି ସ୍ଥାନରେ ଅଭ୍ୟର୍ଥନା କେନ୍ଦ୍ର ନିର୍ମାଣ କରାଯିବ । ପ୍ରାୟ ୩ ହଜାର ଭକ୍ତଙ୍କ ପାଇଁ ଏହି ବ୍ୟବସ୍ଥା ହେବ । ଏମାର ମଠ ଜାଗାରେ ହିଁ ରଘୁନନ୍ଦନ ପାଠାଗାର ଗୃହ ନିର୍ମାଣ ହେବ । ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ପରିକ୍ରମା ପ୍ରକଳ୍ପ ଓ ଅବଢ଼ା ଯୋଜନାରେ ଓବିସିସି ନିର୍ମାଣ ଚାଲିଥିବା ବିଭିନ୍ନ ପ୍ରକଳ୍ପର ସମୀକ୍ଷା ପରେ ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଏହି ସୂଚନା ଦେଇଛନ୍ତି ।

gpkandhamal

ବୈଠକରେ ଶ୍ରୀମନ୍ଦିର ପରିଚାଳନା କମିଟିର ସେବାୟତ ପ୍ରତିନିଧି, ଓବିସିସିର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ମାର୍କଣ୍ଡେଶ୍ବରସାହି ଶ୍ରୀମନ୍ଦିର କର୍ମଚାରୀ କ୍ବାର୍ଟର୍ସ ଓ ହରଚଣ୍ଡୀସାହି ସେବକ ଆବାସ ନିର୍ମାଣର ଅଗ୍ରଗତି, ଶ୍ରୀମନ୍ଦିର ଓ ଶ୍ରୀଗୁଣ୍ଡିଚା ମନ୍ଦିର ଭିତରେ ଓ ବାହାରେ ସିସିଟିଭି ଲାଗିବା କାମ, ଶ୍ରୀଗୁଣ୍ଡିଚା ମନ୍ଦିରର ଉନ୍ନୟନ କାର୍ଯ୍ୟ ଓ ତୀର୍ଥ ପୁଷ୍କରିଣୀ ପୁନରୁଦ୍ଧାର କାର୍ଯ୍ୟ ସଂପର୍କରେ ବୈଠକରେ ଆଲୋଚନା ହୋଇଥିଲା । ତିଆଡ଼ିସାହି ଗୋପାଳତୀର୍ଥ ମଠ ଓ ଦୋଳମଣ୍ଡପସାହି ନାରାୟଣୀ ମନ୍ଦିରର ପୁନରୁଦ୍ଧାର, କୋଠଘର ପାଇଁ କାଠ ଅଡ଼ା, ଜେଟିପି ବାରାକ, ହାଣ୍ଡି କୁଡ଼ୁଆ ଘର, ସାରଥି, ରଥ ପାର୍ଶ୍ବ ଦେବଦେବୀ, ଘୋଡ଼ା ଆଦି ରଖିବା ପାଇଁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଭିତରେ ସ୍ବତନ୍ତ୍ର ଗୃହ, ଶ୍ରୀମନ୍ଦିର କର୍ମଚାରୀଙ୍କ ପାଇଁ ଗାଡ଼ି ପାର୍କିଂ ଆଦି ନିର୍ମାଣ ଅଗ୍ରଗତି ନେଇ ଓବିସିସି ତାଙ୍କ ମତ ରଖିଥିଲେ । ସେହିଭଳି ଶ୍ରୀମନ୍ଦିର ଚତୁଃପାର୍ଶ୍ବର ୧୮ଟି ମଠ ଓ ୨ଟି ମନ୍ଦିରର ପୁନରୁଦ୍ଧାର ହେବ ।

Umasankar Adv
Leave A Reply

Your email address will not be published.