ଭାରତ ଆସିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ 

ଦିଲ୍ଲୀ: ଭାରତ ଗସ୍ତରେ ଆସିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ହ୍ୱାଇଟ ହାଉସ ପକ୍ଷରୁ ଏହି ସୂଚନା ମିଳିଛି । ଆସନ୍ତା ମାସ ୭ ରୁ ୧୦ ତାରିଖ ଭାରତ ଗସ୍ତରେ ଆସିବେ ବିଶ୍ୱର ଅନ୍ୟତମ କ୍ଷମତାଶୀଳ ନେତା । ରାଜଧାନୀ ଦିଲ୍ଲୀରେ ଜି -୨୦ ସମ୍ମିଳନୀ ଆୟୋଜନ ହେଉଛି । ଏହି ସମ୍ମିଳନୀରେ ଯୋଗ ଦେବାକୁ ସେ ଆସୁଛନ୍ତି । ଜଳବାୟୁ ପରିବର୍ତ୍ତନ, ଜି -୨୦ ଦେଶ ସହ ସ୍ୱଚ୍ଛ ଶକ୍ତି ସମେତ ବିଭିନ୍ନ ପ୍ରସଙ୍ଗରେ ବାଇଡେନ ଆଲୋଚନା କରିବେ ।

gpkandhamal

ଏହା ବ୍ୟତୀତ ବିଶ୍ୱର ଆହ୍ୱାନର ମୁକାବିଲା, ଦାରିଦ୍ର୍ୟର ମୁକାବିଲା ପାଇଁ ବିକାଶ ବ୍ୟାଙ୍କର ଦକ୍ଷତା ବୃଦ୍ଧି ଉପରେ ମଧ୍ୟ ଆଲୋଚନା ହେବ । ପ୍ରେସ ରିଲିଜରେ କୁହାଯାଇଛି ରାଷ୍ଟପତି ବାଇଡେନ୍‌ ଓ ଜି-୨୦ର ସଦସ୍ୟମାନେ ଅକ୍ଷୟ ଶକ୍ତିର ପ୍ରସାର ଓ ଜଳବାୟୁ ପରିବର୍ତ୍ତନର ମୁକାବିଲା, ୟୁକ୍ରେନ୍‌ରେ ପୁଟିନ୍‌ଙ୍କ ଯୁଦ୍ଧଜନିତ ଆର୍ଥିକ ଓ ସାମାଜିକ କୁପ୍ରଭାବ ହ୍ରାସ, ଏବଂ ଦାରିଦ୍ର୍ୟ ବିରୋଧରେ ସଂଗ୍ରାମ ପାଇଁ ବିଶ୍ବ ବ୍ୟାଙ୍କ୍‌ ସମେତ ବହୁପାକ୍ଷିକ ବ୍ୟାଙ୍କ ସମୂହର ସାମର୍ଥ୍ୟ ବୃଦ୍ଧି ଭଳି ବୈଶ୍ବିକ ସମସ୍ୟା ଉପରେ ଆଲୋଚନା କରିବେ ।

Umasankar Adv
Leave A Reply

Your email address will not be published.