ସାଇବର ଠକେଇ ଅଭିଯୋଗରେ ଚନ୍ଦନେଶ୍ୱରରୁ ଜଣେ ଯୁବକଙ୍କୁ 

ଚନ୍ଦନେଶ୍ୱର : ସାଇବର ଠକେଇ ଅଭିଯୋଗରେ ଚନ୍ଦନେଶ୍ୱରରୁ ଜଣେ ଯୁବକଙ୍କୁ ପଶ୍ଚିମବଙ୍ଗ ସୁନ୍ଦରବନ ପୁଲିସ ଗିରଫ କକିଛି । ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ସୁନ୍ଦରବନ ସାଇବର ଥାନାର ପୁଲିସ ତାଙ୍କୁ ଗିରଫ କରିଛି । ଗିରଫ ଯୁବକ ଜଣକ ବାଲେଶ୍ୱର ଜିଲ୍ଲା ଭୋଗରାଇର ବ୍ଲକ ଜଗନ୍ନାଥପୁର ପଞ୍ଚାୟତର ସ୍ୱର୍ଗତ ବାଦଲ ଦାସଙ୍କ ପୁଅ ଘନଶ୍ୟାମ ଦାସ ।

gpkandhamal

ଘନଶ୍ୟାମଙ୍କର ଚନ୍ଦନେଶ୍ୱର ବଜାରରେ ଏକ ମୋବାଇଲ ଦୋକାନ ଅଛି । ତେବେ ତାଙ୍କ ନାମରେ ୭ରୁ ୮ ଲକ୍ଷ ଟଙ୍କା ଠକେଇ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ୨୦୨୩ ଜୁନ ୨୩ରେ ସୁନ୍ଦରବନ ସାଇବର ଥାନାରେ ଏ ନେଇ ମାମଲା ରୁଜୁ ହୋଇଥିଲା । ପରେ ୫ ଜଣିଆ ପୋଲିସ ଟିମ ଆସି ଚନ୍ଦନେଶ୍ୱରରେ ଥିବା ତାଙ୍କ ମୋବାଇଲ ଦୋକାନରୁ ତାଙ୍କୁ ଗିରଫ କରିଛି । ଏ ନେଇ ତାଳସାରୀ ସାମୁଦ୍ରିକ ଥାନାରେ ମଧ୍ୟ ସେମାନେ ଜଣାଇ ଥିବା ଥାନା ଅଧିକାରୀଣୀ ଚମ୍ପାବତୀ ସୋରେନ ପ୍ରକାଶ କରିଛନ୍ତି ।

Umasankar Adv
Leave A Reply

Your email address will not be published.