ପ୍ରଥମ ଓଡ଼ିଆ ଭାବେ ସାତଟି ମହାଦେଶର ଉଚ୍ଚତମ ଶୃଙ୍ଗକୁ ଆରୋହଣ କରିଛନ୍ତି ବିଧାୟକ ସୁର ରାଉତରାୟଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟ

ଭୁବନେଶ୍ୱର: ପ୍ରଥମ ଓଡ଼ିଆ ଭାବେ ସାତଟି ମହାଦେଶର ଉଚ୍ଚତମ ଶୃଙ୍ଗକୁ ଆରୋହଣ କରିଛନ୍ତି ବିଧାୟକ ସୁର ରାଉତରାୟଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟ । ନିକଟରେ ଅଗଷ୍ଟ ୧୯ ତାରିଖ ଦିନ ଅଷ୍ଟ୍ରେଲିଆର ସର୍ବୋଚ୍ଚ ଶୃଙ୍ଗକୁ ଆରୋହଣ କରି ସେଠାରେ ଜଗନ୍ନାଥଙ୍କ ପତିତପାବନ ବାନା, ଲିଙ୍ଗରାଜଙ୍କ ବାନା ଓ ଜାତୀୟ ପତାକା ଉଡ଼ାଇଛନ୍ତି ।

gpkandhamal

ଓଡ଼ିଆ ଭାବେ ଓଡ଼ିଶାର ପାଇଁ ସେ ଗୌରବ ଆଣିଛନ୍ତି । ଭୁବନେଶ୍ୱରରେ ପହଂଚିବା ପରେ ଶତାଧିକ ଲୋକ ଭବ୍ୟ ସ୍ୱାଗତ ଜଣାଇଛନ୍ତି । ସମୁଦ୍ର ପତନ ଠାରୁ ଅଷ୍ଟ୍ରେଲିଆର ସର୍ବୋଚ୍ଚ ଶୃଙ୍ଗର ଉଚ୍ଚତା ୭,୩୧୦ ଫୁଟ ଥିଲା । ଶୃଙ୍ଗ ଆରୋହଣ ବେଳେ ଶୃଙ୍ଗରେ ତୁଷାର ପାତ ହେଉଥିଲା । ପାଗ ଖରାପ ଥିବାରୁ ଶୃଙ୍ଗ ରେ -୧୪ ‘ଡିଗ୍ରୀ ତାପମାତ୍ରା ଥିଲା । ଘଂଟାପ୍ରତି ପବନର ବେଗ ୫୦ କିଲୋମିଟର ରହୁଥିଲା ବୋଲି ସିଦ୍ଧାର୍ଥ କହିଛନ୍ତି ।

Umasankar Adv
Leave A Reply

Your email address will not be published.